କୋରିଆନ ପପ୍ ଷ୍ଟାରଗ୍ରୁପ ବିଟିଏସକୁ ଭେଟିଲେ ଆମେରିକା ରାଷ୍ଟ୍ରପତି । ଗୀତ ଶୁଣି ନିଆରା ଅନ୍ଦାଜରେ ନଜର ଆସିଲେ ଜୋ ବାଇଡେନ ।
କନକ ବ୍ୟୁରୋ : ପୂରା ଦୁନିଆରେ କୋରିଆନ ପପ୍ ଷ୍ଟାର ବିଟିଏସଙ୍କ କ୍ରେଜ ବେଶ ରହିଛି । ଯେଉଁଥିରୁ ବାଦ ପଡିନାହାଁନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ନିକଟରେ କେ-ପପ୍ ଗ୍ରୁପ ବିଟିଏସ ୱାଶିଂଟନ ଡିସିରେ ପହଁଞ୍ଚି ହ୍ୱାଇଟ ହାଉସର ଅତିଥି ହୋଇଥିଲେ । ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିବା ସହ ନିଜର କିଛି ଜଣାଅଜଣା କଥା ବାଟିଂଥିଲେ ବିଟିଏସ ଗ୍ରୁପ । ଏହି ସମୟରେ ବିଟିଏସର ପପୁଲାର ଗୀତ “ବଟର”କୁ ଶୁଣିବା ସହ କିଛି ମୁହୁର୍ତ ପାଇଁ ଝୁମିଥିଲେ ବାଇଡେନ ।

Kanak News is now on WhatsApp
Join and get latest news updates delivered to you via WhatsApp
ଆମେରିକା ରାଷ୍ଟ୍ରପତି ଓ ବିଟିଏସ ଗ୍ରୁପର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । କେବଳ ଆମେରିକା ରାଷ୍ଟ୍ରପତି ନୁହଁନ୍ତି, ଉପରାଷ୍ଟ୍ରପତି କମଲା ହ୍ୟାରିସ ବି ଯୁବ ପ୍ରତିଭାଙ୍କୁ ଭେଟି ତାଙ୍କ ମନୋବଳ ବୃଦ୍ଧି କରିଛନ୍ତି । ଆମେରିକା ରାଷ୍ଟ୍ରପତିଙ୍କ ଅଫିସିଆଲ ଟୁଇଟର ପେଜରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ବିଟିଏସ ଗ୍ରୁପକୁ ସାକ୍ଷାତ କରି ବେଶ ଖୁସି ଥିବା କହିଛନ୍ତି ବାଇଡେନ ।