କନକ ବ୍ୟୁରୋ : ଆଜି ମଣ୍ଡି ଖୋଲିବ ବୋଲି କହିଥିଲେ ମନ୍ତ୍ରୀ । କିନ୍ତୁ ବିଡମ୍ବନାର ବିଷୟ ଆଜି କେଉଁଠି ମଣ୍ଡି ଖୋଲିଲା ତାହା ଜଣାପଡ଼ିନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ । ଅନ୍ୟପଟେ ମଣ୍ଡି ଖୋଲା ବିଳମ୍ବକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଜବାବରେ ବିଜେପି କହିଛି ଚାଷୀଙ୍କ ସହ ଅଛନ୍ତି ମୋହନ ସରକାର ।
ବିଳମ୍ବରେ ହେଉ ପଛେ୨୫ତାରିଖରେ ମଣ୍ଡି ଖୋଲିବ ବୋଲି ସମବାୟ ମନ୍ତ୍ରୀ କହିବା ପରେ ଚାଷୀ ଆଶ୍ବସ୍ତ ହୋଇଥିଲେ । ଅମଳ ଧାନ ଆଣି ବିକିବାକୁ ମାର୍କେଟ ୟାର୍ଡରେ ଗଦା କରିଥିଲେ । କିନ୍ତୁ ବିଡମ୍ବନାର ବିଷୟ ଦିନ ତମାମ ଅପେକ୍ଷା କଲା ବି ସନ୍ଧ୍ୟା ସୁଦ୍ଧା ରାଜ୍ୟର କୌଣସି ସ୍ଥାନରେ ମଣ୍ଡି ଖୋଲିନି । ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ରେ ୨୮ରେ ଖୋଲିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରୁଛି । ସେହିପରି ସମ୍ବଲପୁରରେ ନଭେମ୍ବର ୨୮, ଝାରସୁଗୁଡ଼ା ଓ ସୋନପୁରରେ ଡିସେମ୍ବର ୯, ବଲାଙ୍ଗୀରରେ ଡିସେମ୍ବର ୫, କୋରାପୁଟରେ ଡିସେମ୍ବର ୧୧ରେ ଖୋଲିବ ମଣ୍ଡି । ବଡ଼ କଥା ହେଉଛି ଅଧିକାଂଶ ଜିଲ୍ଳାରେ କେବେ ମଣ୍ଡି ଖୋଲିବ ତାହା ସ୍ଥିର ହୋଇନାହିଁ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ।
ଅଧିକ ପଢ଼ନ୍ତୁ--୧୦ ବର୍ଷ ଭିତରେ ବଦଳିଯିବ ଚିତ୍ର ;ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ରହିବ ଓଡ଼ିଶା
ମଣ୍ଡି ଖୋଲା ବିଳମ୍ବକୁ ନେଇ ତେଜିଛି ରାଜନୀତି । ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେଡି ବିଧାୟକ କହିଛନ୍ତି, ମଣ୍ଡି ଖୋଲି ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଲେଣି । ହଜାର ହଜାର ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏପର୍ଯ୍ୟନ୍ତ ଚାଷୀଙ୍କୁ ଟୋକନ୍ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ସରକାରଙ୍କୁ ଅପରାଗ କହି କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତା । ହେଲେ, ବିରୋଧୀଙ୍କ ଅଭିଯୋଗକୁ ମାନିବାକୁ ନାରାଜ ଶାସକ ଦଳ । ମଣ୍ଡି ଖୋଲିବା ନେଇ ବାରମ୍ବାର ସମୟ ଗଡ଼ାଇ ଚାଲିଛନ୍ତି ସରକାର । ତାରିଖ ଦେଉଛନ୍ତି ମନ୍ତ୍ରୀ । କିନ୍ତୁ ମନ୍ତ୍ରୀ ଓ ପ୍ରଶାସନ ସମନ୍ନୟ ଅଭାବ ପଦାରେ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/25/mandi-problem-2025-11-25-19-20-46.jpg)