ଓଡ଼ିଶା ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍‌ , ଓଡ଼ିଶା-ଛତିଶଗଡ ମଧ୍ୟରେ ଲାଗିରହିଥିବା ସମସ୍ୟା ସ୍ଥିତି ପରଖିବେ

Advertisment

ପାଞ୍ଚ ଦିନିଆ ଓଡ଼ିଶା ଆସୁଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ। ଛତିଶଗଡର ମନମାନି ପାଇଁ ମରୁଭୂମିର ରୂପ ନେବାକୁ ବସିଛି ଓଡ଼ିଶାର ଜୀବନରେଖା । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମହାନଦୀର ସ୍ଥିତି ପରଖିବାକୁ ଆଜି ଓଡ଼ିଶା ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ ।

ପାଞ୍ଚ ଦିନିଆ ଓଡ଼ିଶା ଆସୁଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ। ଛତିଶଗଡର ମନମାନି ପାଇଁ ମରୁଭୂମିର ରୂପ ନେବାକୁ ବସିଛି ଓଡ଼ିଶାର ଜୀବନରେଖା । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମହାନଦୀର ସ୍ଥିତି ପରଖିବାକୁ ଆଜି ଓଡ଼ିଶା ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ ।

4

Photograph: (kanak news)

କନକ ବ୍ୟୁରୋ: ପାଞ୍ଚ ଦିନିଆ ଓଡ଼ିଶା ଆସୁଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ। ଛତିଶଗଡର ମନମାନି ପାଇଁ ମରୁଭୂମିର ରୂପ ନେବାକୁ ବସିଛି ଓଡ଼ିଶାର ଜୀବନରେଖା । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମହାନଦୀର ସ୍ଥିତି ପରଖିବାକୁ ଆଜି ଓଡ଼ିଶା ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ । ଆଜିଠୁ ଆସନ୍ତା ଆସନ୍ତା ମାର୍ଚ୍ଚ ୨ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ ମହାନଦୀ ଅବବାହିକା ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ।ଏହି ପରିଦର୍ଶନ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ପ୍ରୟାସ ବୋଲି କୁହାଯାଉଛି ।

ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ବେଲା ଏମ ତ୍ରିବେଦୀ ଓ ତାଙ୍କ ଟିମ୍ ଏହି ୫ ଦିନିଆ ଗସ୍ତ ଅବସରରେ ମହାନଦୀର ଝାରସୁଗୁଡ଼ା, ସମ୍ୱଲପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଟ୍ରିବ୍ୟୁନାଲ ପକ୍ଷରୁ ଏକ ବୈଷୟିକ ଟିମ୍ ମହାନଦୀର ଉପର ମୁଣ୍ଡରୁ ତଳ ମୁଣ୍ଡ ପର୍ୟ୍ୟ ବୁଲି ସମୀକ୍ଷା କରିଥିଲେ । ଏବେ ଖୋଦ୍ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ଆସୁଥିବାରୁ ଏହି ଜଳ ବିବାଦର ସମାଧାନ ହେବା ଆଶା ସଞ୍ଚାର ହୋଇଛି ।   

ଆହୁରି ପଢ଼ନ୍ତୁ:ବଢ଼ିଲା ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଅଡ଼ୁଆ; ୩ହଜାର ୭୧୬ କୋଟି ଟଙ୍କାର ଘର ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  
ଦୀର୍ଘ ଅଢେଇ ବର୍ଷ ପରେ ପୁଣି ଓଡ଼ିଶା ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ 
ପାଞ୍ଚ ଦିନିଆ ଗସ୍ତ ଅବସରରେ ମହାନଦୀ ଅବବାହିକା ବୁଲି ଦେଖିବ ଟିମ୍
ହୀରାକୁଦ ଡ୍ୟାମ ଓ ମହାନଦୀ ତଳମୁଣ୍ଡକୁ ଯାଇ ସ୍ଥିତି ପରଖିବେ 
ହୀରାକୁଦ ଡ୍ୟାମର ସ୍ପିଲ ୱେ ଓ କମାଣ୍ଡ ଏରିଆ, ବୁର୍ଲା ପାୱାର ହାଉସ ବୁଲିବେ
ଚିପିଲିମା ପାୱାର ହାଉସ ସହ ଅନ୍ୟାନ୍ୟ ଅଞ୍ଚଳ ବୁଲି ସ୍ଥିତି ପରଖିବ ଟିମ୍ 
ସମ୍ବଲପୁର ଓ ଝାରସୁଗୁଡା ଅଞ୍ଚଳରେ ମହାନଦୀର କ୍ଷେତ୍ର ପରିଦର୍ଶନ କରିବେ 
ମହାନଦୀରେ ଜଳ ପ୍ରବାହ ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବେ 
ଜଳ ବିବାଦ ନେଇ ବୈଷୟିକ, ପରିବେଶଗତ ଦିଗ ଗୁଡିକର ମୂଲ୍ୟାଙ୍କନ କରିବେ 
ଟ୍ରିବ୍ୟୁନାଲ ଗଠନକୁ ୮ ବର୍ଷ ବିତିବାକୁ ବସିଛି
ମହାନଦୀ ଟ୍ରିବ୍ୟୁନାଲରେ ୫୦ରୁ ଅଧିକ ଥର ଶୁଣାଣି ସରିଛି, 
ପ୍ରତିଥର ଓଡ଼ିଶା ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛି 
ଛତିଶଗଡର ମନମାନିକୁ ଟ୍ରିବ୍ୟୁନାଲ ଅଙ୍କୁଶ ଲଗାଇପାରୁନି 
ଓଡ଼ିଶା ପଟେ ଶୁଖିଲା ପଡିଥିବା ମହାନଦୀକୁ ପାଣି ଆସୁନାହିଁ 
ଟ୍ରିବ୍ୟୁନାଲ ଟିମ କ୍ଷେତ୍ର ପରିଦର୍ଶନ କରିବା ଫେରିବା ପରେ ମାର୍ଚ୍ଚ ୧୪ରେ ଶୁଣାଣି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe