କନକ ବ୍ୟୁରୋ : ବଢ଼ିଲା ଅନୀଲ ଅମ୍ୱାନୀଙ୍କ ଅଡ଼ୁଆ । ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ୱାନୀଙ୍କ ଘର ଜବତ । ୩ ହଜାର ୭୧୬ କୋଟି ଟଙ୍କାର ଘରକୁ ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡ୍ରିଂ ମାମଲାରେ ଘରକୁ ଜବତ କରିଛି ଇଡି । ଏହାକୁ ନେଇ ଖୋଦ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋସିଆଲ ମିଡିଆରେ ସୂଚନା ଦେଇଛି ।
ଅଧିକ ପଢ଼ନ୍ତୁ : ହେମନ୍ତ ସୋରେନଙ୍କୁ ବଡ଼ ଆଶ୍ଵସ୍ତି ଦେଲେ ସୁପ୍ରିମ କୋର୍ଟ, ଇଡିର ମନି ଲଣ୍ଡରିଂ ମାମଲା ଉପରେ ସ୍ଥଗିତାଦେଶ
ଅନୀଲ ଅମ୍ୱାନୀଙ୍କ ମୁମ୍ୱାଇ ସ୍ଥିତ ଘରକୁ ଜବତ କଲା ଇଡି । ସୁଉଚ୍ଚ ତଥା ବିଳାସମୟ ଅଟ୍ଟାଳିକାର ନାଁ 'ଆବୋଡ୍' । ୩ ହଜାର ୭୧୬ କୋଟି ଟଙ୍କା ମୂଲ୍ୟର ଘର ଆଟାଚ୍ ସୂଚନା ଦିଆଯାଇଛି । ପାଲି ହିଲ୍ ଅଞ୍ଚଳରେ ରହିଛି ଏହି ୧୭ ମହଲା ଅଟ୍ଟାଳିକା । ରିଲାଏନ୍ସ କମ୍ୟୁନିକେସନରେ ଆର୍ଥିକ ଅନିୟମିତତା ମାମଲା । ବ୍ୟାଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ । ମୋଟ ୧୫ ହଜାର ୭ଶହ କୋଟିର ସଂପତ୍ତି ଜବତ କଲାଣି ଇଡି ।
ଦିଲ୍ଲୀରେ ପୁଣି ଜେରା ପାଇଁ ଇଡିରେ ହାଜର ହୋଇପାରନ୍ତି ଅନୀଲ । ଗତବର୍ଷ ଅଗଷ୍ଟରେ ପ୍ରଥମ ଥର ପାଇଁ ହାଜର ହୋଇଥିଲେ । ୩ ହଜାର କୋଟିର ଋଣ ଜାଲିଆତି ନେଇ ରହିଛି ଅଭିଯୋଗ । ଠକେଇ, ଲାଞ୍ଚ, ପାଣ୍ଠି ହେରଫେର ଆଦି ଅଭିଯୋଗ ରହିଛି । ୩୫ଟି ଜାଗାରେ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/25/anil-ambani-2026-02-25-22-09-35.jpg)