ଅସୁରକ୍ଷିତ ହୋଇପଡ଼ିଛି ଜେଲ୍, ବାରମ୍ବାର ଘଟୁଛି ଅଘଟଣ

ରାଜ୍ୟର ଜେଲ୍ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ନେଇ ଏବେ ବଡ଼ ପ୍ରଶ୍ନବାଚୀ ।  ଚୌଦ୍ବାର, ସୋର ଜେଲ୍ ପରେ ନୟାଗଡ଼ ଜେଲରେ ଗୋଷ୍ଠୀ ସଂଘର୍ଷ । ଦୁଇ କଏଦୀ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଛଡ଼ାଇବା ବେଳେ ବାଦ୍ ପଡ଼ିଲେନି ଜେଲ୍ କର୍ମଚାରୀ।

jail

jail Photograph: (Kanak News)

କନକ ବ୍ୟୁରୋ: ଚର୍ଚ୍ଚାରେ ରାଜ୍ୟର ବିଭିନ୍ନ ଜେଲ୍ । ଚୌଦ୍ବାର ଜେଲରେ କଏଦୀ ଫେରାର ହେଇଛନ୍ତି, ଏଯାଏଁ ପତ୍ତା ମିଳିନି । ପରେ ପରେ ମାରପିଟ୍ ହେଲେ କଏଦୀ । ସେପଟେ ସୋର ଜେଲରୁ ଚମ୍ପଟ ମାରିଲେ କଏଦୀ ଓ ବରଗଡ଼ରେ ଆତ୍ମହତ୍ୟା କଲେ ଜେଲ୍ ଅନ୍ତେବାସୀ । ଏସବୁ ପରେ ନୟାଗଡ଼ ଜେଲରେ ଗୋଷ୍ଠୀ ସଂଘର୍ଷ ଘଟିଛି, ଆଉ ଆହତ ହୋଇଛନ୍ତି ଜେଲ୍ କର୍ତ୍ତୃପକ୍ଷ ।  

ରାଜ୍ୟର ଜେଲ୍ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ନେଇ ଏବେ ବଡ଼ ପ୍ରଶ୍ନବାଚୀ ।  ଚୌଦ୍ବାର, ସୋର ଜେଲ୍ ପରେ ନୟାଗଡ଼ ଜେଲରେ ଗୋଷ୍ଠୀ ସଂଘର୍ଷ । ଦୁଇ କଏଦୀ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଛଡ଼ାଇବା ବେଳେ ବାଦ୍ ପଡ଼ିଲେନି ଜେଲ୍ କର୍ମଚାରୀ।  ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ୩ ୱାର୍ଡର ସତ୍ୟନାରାୟଣ ଲେଙ୍କା, ସମରେନ୍ଦ୍ର ରାଉତ ଓ ହିମାଂଶୁ ପାଇକରାୟ ଆହତ ହୋଇଛନ୍ତି। ନୟାଗଡ଼ ସଦର ଥାନାରେ ସୁପରିଣ୍ଟେଣ୍ଡେଣ୍ଟଙ୍କ ଲିଖିତ ଅଭିଯୋଗ ପରେ ୩୫ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । 

ସମସ୍ତଙ୍କ ମୁଣ୍ଡକୁ ଛାତର ସ୍ବପ୍ନ ଦେଖିଛନ୍ତି ସରକାର: ଅନୁଗୁଳରେ ତାଳବରଡ଼ା ତଳେ ବିତୁଛି ଜୀବନ

ତଦନ୍ତରେ ସାଇଂଟିଫିକ ଟିମର ସହାୟତା ନିଆଯିବା ସହ କଏଦୀଙ୍କ ବୟାନ ରେକର୍ଡ ହୋଇଛି।  ରବିବାର ଲକଅପ ବେଳେ ଭାପୁର ଅଂଚଳର ବିଚାରାଧୀନ କଏଦୀ ବିଷ୍ନୁ ପ୍ରସାଦ ସାହୁ ଉତ୍ପାତ କରିଥିଲେ। ଆଉ ଏହା ଧୀରେ ଧୀରେ ଗୋଷ୍ଠୀ ସଂଘର୍ଷ ପାଲଟିଥିଲା। ଆଇନ ମନ୍ତ୍ରୀ କହିଛନ୍ତି, ଜେଲ୍ ଅଘଟଣ ନେଇ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଛନ୍ତି। ଅଘଟଣ ରୋକିବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

କାରାଗାରରେ ଖାଦ୍ୟ ନିଅଣ୍ଟ, ନିଶା ଦ୍ରବ୍ୟ ଚାଲାଣ, ଫୋନ୍‌ ବ୍ୟବହାର ନେଇ ଅଭିଯୋଗ ହୋଇଆସୁଛି। କିଛି ଦିନ ତଳେ ଚୌଦ୍ବାର ଜେଲରୁ ୨ ସାର୍ପ ସୁଟର ଫେରାର ହୋଇଥିଲେ। ଏହାର ଅଳ୍ପ ଦିନ ପରେ ୨ କଏଦୀଙ୍କ ମଧ୍ୟରେ ମାଡ଼ପିଟ୍ ହୋଇଥିଲା। ସୋର ଜେଲରୁ ମଧ୍ୟ ଜଣେ କଏଦୀ ଫେରାର ହୋଇଥିବା ବେଳେ ଏଯାଏଁ ଧରାପଡ଼ିନି। ବାରମ୍ବାର ଏପରି ଅଘଟଣ, ଜେଲର ସୁରକ୍ଷା ବ୍ୟବସ୍ଥା ଓ କଏଦୀଙ୍କ ନିରାପତ୍ତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe