କନକ ବ୍ୟୁରୋ: ବିକଶିତ ଓଡ଼ିଶା, ସମୃଦ୍ଧ ଓଡ଼ିଶାର ସ୍ବପ୍ନ ଦେଖୁଛନ୍ତି ସରକାର । ୨୦୩୬କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲେ, କେଉଁ ଅଞ୍ଚଳକୁ କେତେ ଛୁଇଁଛି ବିକାଶ? ସମସ୍ତଙ୍କ ପାଖରେ ପହଞ୍ଚିଲାଣି କି ମୌଳିକ ସୁବିଧା? ଅନୁଗୁଳ ବଅଁରପାଳ ବ୍ଲକରେ ସ୍ଥିତି ପରଖିଲା କନକ ନ୍ୟୁଜ୍ ଟିମ୍ ।
ଗାଁର ନାଁ ଝଜିରିବାହାଳ ଅନ୍ତର୍ଗତ ଆମ୍ବେଦକର ନଗର। ଅନୁଗୁଳ ବଅଁରପାଳ ବ୍ଲକ ଅଫିସଠୁ ମାତ୍ର ୨ କିଲୋମିଟର ଦୂରରେ ଏହା ଅବସ୍ଥିତ। ପ୍ରାୟ ୩୫ ବର୍ଷ ତଳେ ବାହାରୁ ଆସି ଏଠାରେ ରହୁଛନ୍ତି ପ୍ରାୟ ୧୫ଟି ପରିବାର। ମୂଲ ଲାଗି ପେଟ ପୋଷନ୍ତି। ଆଜି ବି ବରଡ଼ା ଘେରା କୁଡ଼ିଆ ଖଣ୍ଡେ ଖଣ୍ଡେରେ ବିତୁଛି ସେମାନଙ୍କ ଜୀବନ। ଯେଉଁଠି ରୋଷେଇ, ସେଇଠି ଖାଇବା, ଶୋଇବା ସବୁକିଛି। କିଛିବର୍ଷ ତଳେ ନିଆଁ ଲାଗି ପିଲାଙ୍କ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ ସମେତ ସବୁକିଛି ଜଳିପୋଡ଼ି ଯାଇଥିଲା । ସେବେଠୁ ଆଉ ନୂଆ କାଗଜପତ୍ର କରି ପାରିନାହାନ୍ତି ।
ସହର ଉପକଣ୍ଠର ଅନ୍ଧାରୀ ମୂଲକ
ମୌଳିକ ସୁବିଧା ଏଠି ସାତ ସପନ
ଆମ୍ବେଦକର ନଗରର ବହୁ ପିଲା ପାଠପଢ଼ାରୁ ବଞ୍ଚିତ । ଭୋଟର କାର୍ଡରେ ଏମାନେ ବଅଁରପାଳ ବ୍ଳକ୍ ଝଜିରିବାହାଳ ଗାଁର ବାସିନ୍ଦା । ରାସନ୍ କାର୍ଡରେ ମାଗଣା ଚାଉଳ ମିଳେ । ହେଲେ ନିଜସ୍ବ ଘରଡିହ ଖଣ୍ଡେ ନାହିଁ । ଏଣୁ ପକ୍କା ଘରଟିଏ ମିଳିପାରୁନି । ବିଜୁଳି ଆଲୁଅ ସାତ ସପନ । ସଞ୍ଜ ନଇଁଲେ, ଟର୍ଚ୍ଚ ଲାଇଟ୍ ଭରସା। ପୁଣି ହାତୀ ଭୟ ଜୀବନକୁ ଦୁର୍ବିସହ କରି ଦେଇଛି ।
ନୂଆପଡ଼ା ଉପନିର୍ବାଚନରେ ଭାଷା କାର୍ଡ, ୪୦ ପ୍ରତିଶତ ଲୋକ କହୁଛନ୍ତି ଛତିଶଗଡ଼ି
ଆମ୍ବେଦକର ନଗରବାସୀ ରହୁଥିବା ଅଞ୍ଚଳ ତାଳଚେର-ଅନୁଗୁଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ-ତାମଡ଼ା ପରିସରରେ ରହିଛି । ତେଣୁ ଘରଡିହ ପଟ୍ଟା ମିଳିପାରିବନି ବୋଲି କହିଛନ୍ତି ଉପଜିଲ୍ଲାପାଳ । ନିକଟରେ ଥିବା ଅନ୍ୟ ଗ୍ରାମରେ ସେମାନଙ୍କୁ ଥଇଥାନ କରିବାକୁ ଯୋଜନା କରୁଛି ଜିଲ୍ଲା ପ୍ରଶାସନ । ତେବେ କୌଣସି ପିଲା ଯେମିତି ପାଠପଢ଼ାରୁ ବଞ୍ଚିତ ନହୁଅନ୍ତି, ତାହା ସୁନିଶ୍ଚିତ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/27/poor-family-2025-10-27-21-11-19.jpg)