କନକ ବ୍ୟୁରୋ: ଯାଜପୁରରେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁଲିସର ଚଢ଼ାଉ । ଆସନ୍ତା ଫେବ୍ରୁଆରି ୩ ତାରିଖରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯାଜପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି । ବିଶେଷକରି ସେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରିବା ସହିତ ନାଭିଗୟାରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ପୂର୍ବରୁ ଯାଜପୁର ସହରରେ ସଫେଇ ଓ ପରିମଳକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ବିଭିନ୍ନ ଛକ ବଜାରରେ ଖୋଲାଯାଇଥିବା ଉଠାଦୋକାନୀ ମାନଙ୍କ ଦ୍ୱାରା ହେଉଥିବା ଅଳିଆକୁ ବନ୍ଦ କରିବା ସହିତ ସଫେଇକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।
ବିଭିନ୍ନ ମଦ ଦୋକାନ ପାଖରେ ଖୋଲାଯାଇଥିବା ଉଠା ଦୋକାନ ଗୁଡିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର ଥାନା ପୁଲିସ ସହରର ବିଭିନ୍ନ ଅଂଚଳରେ ଚଢ଼ାଉ କରି ଏଭଳି ଦୋକାନୀ ମାନଙ୍କୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଧେଶ ଦେଇଛି । କାରଣ ଏଭଳି ମଦ ଦୋକାନ ପାଖରେ ଖୋଲିଥିବା ବେଆଇନ ଦୋକାନ ଯୋଗୁଁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ଦେକାନ ଗୁଡିକୁ ତୁରନ୍ତ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଥିବା ଯାଜପୁର ପୁଲିସ ସୂଚନା ଦେଇଛନ୍ତି ।
ଆହୁରି ପଢନ୍ତୁ :ରାୟଗଡ଼ା ନିୟମଗିରିକୁ ଫେରିଲେ ନକ୍ସଲ, ନିୟମଗିରି ପାହାଡ଼ରେ ନକ୍ସଲ ଗତିବିଧିକୁ ବଢ଼ାଇବା ସହ ଡଙ୍ଗରିଆଙ୍କ ଉପରେ କଟକଣା ଲାଗୁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/25/9-2026-01-25-09-38-16.jpg)