ଶୋଚନୀୟ ରାସ୍ତାର କଷ୍ଟ: ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଘରେ ଶିଶୁଜନ୍ମ

Advertisment

ଶୋଚନୀୟ ରାସ୍ତା ଯୋଗୁ ଗର୍ଭବତୀଙ୍କ ଘରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଘରେ ଦେଲେ ଶିଶୁ କନ୍ୟାକୁ ଜନ୍ମ। ଜନ୍ମ ଦେବା ପରେ ଅଧ କିଲୋମିଟର ପର୍ଯ୍ୟନ୍ତ  ଖଟିଆରେ ବୁହାହେଲେ ମହିଳା ।

ଶୋଚନୀୟ ରାସ୍ତା ଯୋଗୁ ଗର୍ଭବତୀଙ୍କ ଘରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଘରେ ଦେଲେ ଶିଶୁ କନ୍ୟାକୁ ଜନ୍ମ। ଜନ୍ମ ଦେବା ପରେ ଅଧ କିଲୋମିଟର ପର୍ଯ୍ୟନ୍ତ  ଖଟିଆରେ ବୁହାହେଲେ ମହିଳା ।

12

Photograph: (kanak news)

କନକ ବ୍ୟୁରୋ: ଶୋଚନୀୟ ରାସ୍ତା ଯୋଗୁ ଗର୍ଭବତୀଙ୍କ ଘରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଘରେ ଦେଲେ ଶିଶୁ କନ୍ୟାକୁ ଜନ୍ମ। ଜନ୍ମ ଦେବା ପରେ ଅଧ କିଲୋମିଟର ପର୍ଯ୍ୟନ୍ତ  ଖଟିଆରେ ବୁହାହେଲେ ମହିଳା । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର  ପଞ୍ଚାୟତ କୁସୁମଖୁଣ୍ଟା ଗ୍ରାମରୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର। ଗ୍ରାମର ଡମୁଣି ପ୍ରଧାନୀ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଯାଇନପାରିବାରୁ ଅଟୋ ଡାକିଥିଲେ। ହେଲେ ଅଟୋ ଆସିବାରେ ବିଳମ୍ବ ହେବାରୁ ଘରେ ହିଁ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ମହିଳା।

 ଘର ପାଖରେ ଅଟୋ ପହଞ୍ଚି ନପାରିବାରୁ ଅଧା କିମି ପର୍ୟ୍ୟନ୍ତ ଖଟିଆରେ ମା’ ଓ ନବଜାତ ଶିଶୁକୁ ମୈଦଲପୁର ମେଡିକାଲ ନିଆଯାଇଥିଲା। ବର୍ତ୍ତମାନ ମା’ ଓ ଶିଶୁ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି । ସୂଚନା ଅନୁସାରେ, କୁସୁମଖୁଣ୍ଟା ଗାଁ, ମୈଦଲପୁର ଠାରୁ ପ୍ରାୟ ଆଠ କିମି ଦୂରରେ। ପ୍ରାୟ ୫ କିମି ରାସ୍ତା ଅତି ଶୋଚନୀୟ ଥିବାରୁ ଗାଡ଼ି ଯିବା ସମ୍ଭବ ନୁହେଁ। ରାସ୍ତାର ଅବସ୍ଥା ଠିକ ନ ଥିବା ସମୟରେ ଗର୍ଭବତୀ ହେଉ କି ଅନ୍ୟ ରୋଗୀ ମାନଙ୍କୁ ଖଟିଆରେ ବୋହି ଆଣି ମେଡିକାଲ ନେଉଥିବା କହିଛନ୍ତି ଗ୍ରାମବାସୀ । ଗାଁକୁ ପକ୍କା ସଡ଼କ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ:ଇରାନର ନୂଆ କମାଣ୍ଡର, ଖାମେନେଇଙ୍କ ନିହତ ପରେ ଇରାନ ସେନାର ନେତ୍ବତ୍ବ ନେବେ ଅହମ୍ମଦ ୱାହିଦୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe