କନକ ବ୍ୟୁରୋ: ଇରାନ ସରକାର ନୂଆ ସେନା କମାଣ୍ଡର ମୁଖ୍ୟ ଭାବେ ଅହମ୍ମଦ ୱାହିଦୀଙ୍କ ନାଁ ଘୋଷଣା କରାଯାଇଛି । ସରକାରୀ ବିବୃତ୍ତି ଅନୁସାରେ, ଦେଶର ସୁରକ୍ଷା ଓ ସେନା କାର୍ଯ୍ୟକଳାପକୁ ସୁଦୃଢ କରିବା ପାଇଁ ୱାହିଦୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସେ ପୂର୍ବରୁ ଇରାନର ରକ୍ଷା ଓ ସୁରକ୍ଷା ବିଭାଗରେ ବିଭିନ୍ନ ଦାୟିତ୍ୱରେ କାମ କରିଥିଲେ।ଖାମେନେଇଙ୍କ ନିହତ ହେବା ପରେ ଇରାନର ରାଜନୈତିକ ଓ ସେନା ମଞ୍ଚରେ ଅନିଶ୍ଚିତତା ଦେଖାଦେଇଥିଲା ।

Advertisment

ଏମିତି ସମୟରେ ନୂଆ କମାଣ୍ଡର ନିଯୁକ୍ତିକୁ ଦେଶର ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି। ସରକାର କହିଛି ଯେ, ଦେଶର ସୁରକ୍ଷା ଓ ଆନ୍ତର୍ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ।ନୂତନ କମାଣ୍ଡର ଭାବେ ଅହମ୍ମଦ ୱାହିଦୀ ଦାୟିତ୍ୱ ଗ୍ରହଣ କରିବା ସହିତ ଇରାନ ସେନାର କାର୍ଯ୍ୟପ୍ରଣାଳୀ ଓ ଆଗାମୀ ରଣନୀତି କେମିତି ହେବ, ସେଥିପାଇଁ ଆନ୍ତର୍ଜାତୀୟ ମଞ୍ଚର ଦୃଷ୍ଟି ଏବେ ତେହରାନ ଉପରେ ରହିଛି। 

ଆହୁରି ପଢ଼ନ୍ତୁ:ଯୁଦ୍ଧ ଭିତରେ ପ୍ରଭାବିତ ହେଲା ବିମାନ ସେବା, ୧୧ ଦେଶକୁ ଉଡ଼ାଣ ବନ୍ଦ କରିବାକୁ ଡିଜିସିଏର ନିର୍ଦ୍ଦେଶ

ମଧ୍ୟ ପୂର୍ବରେ ତିବ୍ର ଉତ୍ତେଜନା ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନିହତ ହେବା ପରେ ଦେଶର ସେନା ନେତୃତ୍ୱରେ ବଡ଼ ପରିବର୍ତ୍ତନ ଆସିଛି । ଖାମେନେଇଙ୍କ ମୃତ୍ୟୁ ଖବର ସରକାରୀ ମାଧ୍ୟମରେ ସ୍ଥିର ହେବା ସହିତ ଦେଶଜୁଡ଼ା ୪୦ ଦିନିଆ ଶୋକ ପାଳନ ଘୋଷଣା କରାଯାଇଥିଲା। ଏହା ସହ ରାଷ୍ଟ୍ରର ସୁରକ୍ଷା ବ୍ୟବସ୍ଥାକୁ ଉଚ୍ଚ ସତର୍କତାରେ ରଖାଯାଇଛି ।