କନକ ବ୍ୟୁରୋ : ସୁପାରୀ ଦେଇ ଭାଇକୁ ହତ୍ୟା , ବଲାଙ୍ଗୀର ତୁଷୁରା ତେଲ ନଦୀ ବ୍ରିଜ ତଳୁ ୩ତାରିଖରେ ବ୍ୟବସାୟୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ ହୋଇଛି । ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମୃତକ ନଟରାଜ ଥନାପତିଙ୍କ ବଡ଼ ଭାଇ ଲବ ଥନାପତି ହେଉଛନ୍ତି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ । କେବଳ ଏତିକି ନୁହେଁ ନଟରାଜଙ୍କ ସବୁଠୁ ଘନିଷ୍ଠ ବନ୍ଧୁ ହେଉଛନ୍ତି ଏହି ହତ୍ୟା ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ । ହତ୍ୟା ଘଟଣାରେ ତୁଷୁରା ପୁଲିସ ଲବ ଥନାପତିଙ୍କ ସମେତ ୮ଜଣଙ୍କୁ ଗିରଫ କରାଯାଇଛି । ନଟରାଜଙ୍କ ଭାଇ ଏଥିପାଇଁ ସୁପାରୀ ଦେଇଥିଲେ। ସାମ୍ୱାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍ପି ।
୭ ଏକର ଜମି ପାଇ ୫ଲକ୍ଷର ଡିଲ କରି ହତ୍ୟା ଷଡଯନ୍ତ୍ର ରଚିଥିଲା ବଡ଼ ଭାଇ । ଦେଉଳିଗୁଡ଼ିରେ ଦୁଇ ଭାଇ ଏକ ଦୋକାନ କରିଥିଲେ, ସେହି ଦୋକାନରୁ ଯାହା ଲାଭ ମିଳୁଥିଲା ସେହି ଟଙ୍କାରେ ୭ଏକର ଜମି କିଣିଥିଲେ । ଏହି ଜମିକୁ ହଡ଼ପ କରିବା ସହ ଦୋକାନକୁ ନିଜର କରିବା ପାଇଁ ସାନଭାଇ ନଟରାଜଙ୍କ ସବୁଠୁ ଘନିଷ୍ଠ ବନ୍ଧୁଙ୍କ ଜରିଆରେ ୬୦ହଜାର ଟଙ୍କାର ଶୁପାରୀ ଦେଇ ହତ୍ୟା କରାଇଥିଲେ ବଡ଼ ଭାଇ ଲବ ଥନାପତି । ପ୍ରଥମେ ଏକ ବୋଲେରୋ କାର ଜରିଆରେ ହିଟ ଏଣ୍ଡ ରନ ମାଧ୍ୟମରେ ମାରିବାକୁ ଉଦ୍ୟମ କରି ବିଫଳ ହେବା ପରେ ନିଦୀ ବ୍ରିଜ ଉପରୁ ତଳକୁ ଫିଙ୍ଗି ଦେଇଥିଲେ । ଏପରି ଭାଇକୁ ହତ୍ୟା କରିବା ପରେ ବଡ଼ଭାଇ ଥାନାକୁ ଯାଇ ଏକ ଅପମୃତ୍ୟୁ ମାମଲା ପାଇ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ମୋବାଇଲର ସିଡିଆର ଓ ନଟରାଜଙ୍କ ଭାବି ପତ୍ନୀଙ୍କ ବୟାନ ହତ୍ୟାକାଣ୍ଡର ଗୁମର ଖୋଲିବାରେ ବେଶ ସହାୟକ ହୋଇଥିଲା । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଦେଓଗାଁ, ତୁଷୁରା, ଟିଟିଲାଗଡ, ଲାଠୋର, ସଇଁତଳା ଅଞ୍ଚଳର ବୋଲି ବଲାଙ୍ଗିର ଏସପି ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ---୨୪ରୁ ଘରୋଇ ବସ୍ ଚଳାଚଳ ବନ୍ଦ ଚେତାବନୀ, କଟକକୁ ଆସିବ ନାହିଁ କୌଣସି ଘରୋଇ ବସ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/17/murder-2026-01-17-15-16-07.jpg)