କନକ ବ୍ୟୁରୋ:  ବଦଳିଲେ ସରକାର, ବଦଳିଲା ନାହିଁ ଠିକାଦାରଙ୍କ ମନୋବୃତ୍ତି । ବେପରୁଆ ମନୋଭୋବ ଯୋଗୁ ଅଧାଗଢ଼ା ହୋଇପଡ଼ିରହିଛି କୋରାପୁଟ ଜିଲ୍ଲାର ୮ଟି ପାନୀୟଜଳ ପ୍ରକଳ୍ପ। ସମୟ ସୀମା ସରିଲାଣି, କିନ୍ତୁ କାମ ସରିନି। ଏହି ପ୍ରସଙ୍ଗରେ କୋରାପୁଟ ସାଂସଦ ଓ ବିଧାୟକ ମୁହାଁମୁହିଁ ହୋଇଛନ୍ତି ।  ପୂର୍ବ ସରକାର ସମୟରେ କୋରାପୁଟ ଜିଲ୍ଲାର ୮ ଟି ବ୍ଲକ୍- ବୋରିଗୁମ୍ମା, ବୈପାରିଗୁଡ଼ା, ଦଶମନ୍ତପୁର, ନନ୍ଦପୁର, କୁନ୍ଦ୍ରା, ନାରାୟଣପାଟଣା, ଲମତାପୁଟ ଓ କୋରାପୁଟ ବ୍ଲକରେ ଆରମ୍ଭ ହୋଇଥିଲା ମେଗା ପାନୀୟଜଳ ପ୍ରକଳ୍ପ । ବ୍ୟୟ ଅଟକଳ ଥିଲା ମୋଟ ୧୩ ଶହ ୩୬ କୋଟି ୧୫ ଲକ୍ଷ ଟଙ୍କା। ସମୟସୀମା ସରିଥିଲେ ମଧ୍ୟ କାମ ସରିନାହିଁ ।

Advertisment

ଅଧିକ ପଢନ୍ତୁ : ଅଧପନ୍ତରିଆ ହୋଇପଡ଼ିଛି ପାର୍କ; ଅଧାରୁ କାମ ଛାଡ଼ି ଚାଲିଗଲେ ଠିକାଦାର !

ଏନେଇ ସାଧାରଣ ଲୋକଙ୍କ ସମେତ କଂଗ୍ରେସ ସାଂସଦ ଓ ବିଧାୟକ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ବୋରିଗୁମ୍ମା ପ୍ରକଳ୍ପ ୨୦୨୦, ବୈପାରିଗୁଡ଼ା ପ୍ରକଳ୍ୱ ୨୦୨୨ ଏବଂ ନନ୍ଦପୁର, ଦଶମନ୍ତପୁର, ନାରାୟଣପାଟଣା, କୁନ୍ଦ୍ରା ଓ ଜୟପୁର ପ୍ରକଳ୍ପ କାମ ୨୦୨୪ରେ ସରିବା କଥା। କିନ୍ତୁ ସବୁ ପ୍ରକଳ୍ପ ଅଧପନ୍ତରିଆ ରହିଛି। ଶୀଘ୍ର କାମ ସରିବ ବୋଲି ଜିଲ୍ଲାପାଳ କହିଥିବା ବେଳେ କୋରାପୁଟ ବିଧାୟକ କହିଛନ୍ତି, ସବୁ ପ୍ରକଳ୍ପ କାମ ପୂର୍ବ ସରକାରଙ୍କ ଅବହେଳାରୁ  ସମ୍ପୂର୍ଣ୍ଣ ହୋଇପାରିନାହିଁ। ବର୍ତ୍ତମାନର ସରକାର କାମ ଶୀଘ୍ର ସାରିବାକୁ ଚେଷ୍ଟା କରୁଛନ୍ତି ।   ଆଗକୁ ଖରାଦିନ ଆସୁଥିବାରୁ ପାଣି ପାଇଁ ଲୋକ ଡହଳବିକଳ ହେବେ। ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ବେଳେ କୋରାପୁଟ ଜିଲ୍ଲାରେ ପନୀୟଜଳ ଏକ ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ଅଛି ।