sambalpuri language Photograph: (KanakNews)
କନକ ବ୍ୟୁରୋ; ସମ୍ବଲପୁରରୁ ସାତ ଦରିଆ ପାରି ବିଦେଶ ଯାଏଁ । ରଙ୍ଗବତୀ ଗୀତରେ କିଏ ବା ନ ନାଚିଛି । ଏହି ଭାଷା ୪ ଜଣଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ପଦ୍ମଶ୍ରୀ ଯାଏଁ ପହଞ୍ଚାଇଛି । ସମ୍ବଲପୁରୀ ଭାଷାରେ ରାମାୟଣଠୁ ଆରମ୍ଭ କରି କେତେ ଗ୍ରନ୍ଥ, କବିତା ଓ ଇତିହାସ ଲେଖାଯାଇଛି । ସବୁ ତ ଅଛି, ତଥାପି ଅସୁବିଧା କେଉଁଠି, କାହିଁକି ସମ୍ୱଲପୁରୀକୁ ମିଳୁନି ଭାଷାର ମାନ୍ୟତା। ଏହାକୁ ନେଇ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ସମ୍ବଲପୁରରେ ଆରମ୍ଭ ହୋଇଥିବା ତିନି ଦିନିଆ ଜାତୀୟ ସମ୍ବଲପୁରୀ ଭାଷା ସମ୍ମିଳନୀରେ ବିଚାର ବିମର୍ଶ ହୋଇଛି ।
ଅଧିକ ପଢନ୍ତୁ ; ଜାତୀୟ ହସ୍ତତନ୍ତ ଦିବସ : ଲଣ୍ଡନରେ ରଙ୍ଗବତୀ ଗୀତରେ ନାଚିଲେ ପ୍ରବାସୀ ଓଡ଼ିଆ ମହିଳା
ସମ୍ମିଳନୀରେ ସାମିଲ ହୋଇ କବି ହଳଧର ନାଗ ଭାଷର ମାନ୍ୟତା ଦାବି ପ୍ରସଙ୍ଗ ଉଠାଇଛନ୍ତି । ସମ୍ବଲପୁରୀକୁ ଓଡ଼ିଶାର ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ଓ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ଦାବି ତେଜିଛି। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ରୋହିତ ପୂଜାରୀ ସମ୍ବଲପୁରୀ ଭାଷାକୁ ମାନ୍ୟତା ପାଇଁ କାହିଁକି ସରକାର ପ୍ରସ୍ତାବ ଦେଉନାହାଁନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି । ଦସ୍ତଖତ ଅଭିଯାନ କରିବାକୁ ପରାମର୍ଶ ଦେଇଛନ୍ତି । ବିଜେପି ନେତା ନାଉରୀ ନାୟକ କହିଛନ୍ତି ସରକାର ଏ ଦିଗରେ ପଦକ୍ଷେପ ନେବେ । କେବଳ ତର୍କ ବିତର୍କରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରସଙ୍ଗ ଅଣନିଶ୍ବାସୀ ହେଉଛି । ଏଥିପାଇଁ ଆବଶ୍ୟକ ଆନ୍ତରିକତାର ଅଭାବ ଯୋଗୁଁ ଓଡ଼ିଶାର ଅଧ ଜନସଂଖ୍ୟାରୁ ଅଧିକ ଲୋକଙ୍କ କଥିତ ଭାଷା ସମ୍ୱଲପୁରୀ ପଛରେ ପଡ଼ି ରହିଛି ।
Follow Us