ରଙ୍ଗବତୀ ଗୀତର ସ୍ରଷ୍ଟା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ: ଟ୍ୱିଟ କରି ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ 

172

କନକ ବ୍ୟୁରୋ: ରଙ୍ଗବତୀ ଗୀତର ସ୍ରଷ୍ଟା ତଥା ପଦ୍ମଶ୍ରୀ ପୁରସ୍କାର ପାଇଥିବା ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇପଡିଛନ୍ତି । ଛାତିରେ ଯନ୍ତ୍ରଣା ହେବାରୁ  ପ୍ରଥମେ ତାଙ୍କୁ କୁଚିଣ୍ଡା  ଓ ପରେ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ ବୁର୍ଲା ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବର୍ତମାନ ସେ ସୁସ୍ଥ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଅଶୀ ଦଶକରେ ମିତ୍ରଭାନୁ ଗୌନ୍ତିଆଙ୍କ ରଙ୍ଗବତୀ ଗୀତ ବେଶ  ପ୍ରସିଦ୍ଧ ହୋଇଥିଲା । ଗୀତକୁ ଗାଇଥିଲେ ଜିତେନ୍ଦ୍ରୀୟ ହରିପାଲ ଓ କ୍ରିଷ୍ଣା ପଟେଲ । ପରେ ଏହି ଗୀତକୁ ଅନେକ ଭାଷାରେ ରେକର୍ଡ କରାଯାଇଛି । ବଲିଉଡର ଗାୟିକା ସୋନା ମହାପାତ୍ର ବି ଏହାକୁ ଆଧୁନିକ ଶୈଳୀରେ ଗାଇଥିଲେ । ମିତ୍ରଭାନୁ ଗୌନ୍ତିଆ ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଜରବଗା ପଂଚାୟତ ବିଲୁଙ୍ଗ ଗାଁରେ ରୁହନ୍ତି । ନଭେମ୍ବର ୮ତାରିଖରେ ସେ ଦିଲ୍ଲୀରେ ରାଷ୍ଟ୍ରପତିଙ୍କଠାରୁ  ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ । ମିତ୍ରଭାନୁ ବର୍ତମାନ ସୁଦ୍ଧା ହଜାରେରୁ ଅଧିକ ଗୀତ ଲେଖିସାରିଛନ୍ତି ।