କନକ ବ୍ୟୁରୋ; ପ୍ରତି ବର୍ଷ, ପ୍ରତି ମାସ ପ୍ରତିଟି ରାଶିରେ କିଛି ନୂଆ ନୂଆ ପରିବର୍ତ୍ତନ ଆଣି ଆସେ । ଏଥର ନଭେମ୍ବରରେ ମଧ୍ୟ କେତୋଟି ରାଶିରେ ପରିବର୍ତ୍ତନ ହେବ । ଏ ପରିବର୍ତ୍ତନ ଅତି ଶୁଭଙ୍କର । ଗ୍ରହ ନକ୍ଷତ୍ରଙ୍କ ଚଳନ ଅନୁସାରେ ନଭେମ୍ବର ମାସ ୪ଟି ରାଶି ପାଇଁ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି ଜ୍ୟୋତିର୍ବିତ୍ ।

Advertisment

ଶୁଭ ଯୋଗ ସହ ଆରମ୍ଭ ହେଉଛି ନଭେମ୍ବର । ଅକ୍ଟୋବର ୩୧ ସନ୍ଧ୍ୟା ୭.୪୩ ରୁ ବୈଦିକ ଶାସ୍ତ୍ରରେ ଦୁଇଟି ଅତ୍ୟନ୍ତ ଶୁଭ ଓ ଶକ୍ତିଶାଳୀ ଗ୍ରହ, ବୁଧ ଏବଂ ଶୁକ୍ର ଉଭୟ ପରସ୍ପର ସହ ୪୦ ଡିଗ୍ରି କୋଣରେ ରହିବେ । ଏହି ବିଶେଷ ସଂଯୋଗକୁ ’ଚତ୍ବାରିଷ୍ଟି ଯୋଗ’ କିମ୍ବା ’ଚାଲିସ୍ ଯୋଗ’ କୁହାଯାଏ । ଇଂରାଜିରେ ଏହାକୁ ନବିକ ଆସପେକ୍ଟ ବୋଲି କୁହାଯାଏ , ଯାହାର ଅର୍ଥ ନବମ ଅଂଶ । ଏହା ଏକ ସୂକ୍ଷ୍ମ ଓ ଆଧ୍ୟାତ୍ମିକ ସଂଯୋଗ । ଏହି ସଂଯୋଗ ନଭେମ୍ବରରେ ୪ଟି ରାଶି ପାଇଁ ଅତ୍ୟନ୍ତ ଶୁଭଙ୍କର ।

ଆଜିର ରାଶିଫଳ : ଜାଣନ୍ତୁ କେମିତି କଟିବ ଆଜିର ଦିନ

ବୁଧ ଗ୍ରହ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ, ବିଶ୍ଳେଷଣ ଏବଂ ବ୍ୟବସାୟର ଗ୍ରହ । ଅନ୍ୟପକ୍ଷେ ଶୁକ୍ର ପ୍ରେମ, କଳା, ସୌନ୍ଦର୍ଯ୍ୟ, ଆକର୍ଷଣ ଏବଂ ସମ୍ପର୍କକୁ ପ୍ରତିନିଧିତ୍ବ କରନ୍ତି । ଯେତେବେଳେ ଏହି ଦୁଇ ଗ୍ରହ ୪୦ ଡିଗ୍ରିର କୋଣ ଗଠନ କରନ୍ତି , ସେତେବେଳେ ସଫଳତା ପ୍ରାପ୍ତ ହୁଏ । ଆଉ ଏହାଦ୍ବାରା ଶୁଭଫଳ ପାଇବାକୁ ଥିବା ୪ ରାଶି ହେଉଛନ୍ତି :

ମିଥୁନ ରାଶି : ନଭେମ୍ବର ମାସ ମିଥୁନ ରାଶି ପାଇଁ ଶୁଭମୟ ହେବ । ଏହି ରାଶିର ସ୍ବାମୀ ସ୍ବୟଂ ବୁଧ । ଯେବେ ବୁଧ ନିଜ ମିତ୍ର ଶୁକ୍ର ସହ ମିଶି ଏହି ସୂକ୍ଷ୍ମ ଏବଂ ଶକ୍ତିଶାଳୀ କୋଈୟ ସ୍ଥିତି ସଅଷ୍ଟି କରନ୍ତି ଏହା ଆପଣଙ୍କ କଥାବାର୍ତ୍ତା, ଯୁକ୍ତି, ସୃଜନଶୀଳତା ଏବଂ ସାମାଜିକ ସ୍ଥିତିକୁ ଦୃଢ଼ କରେ । ଏହି ସମୟରେ ଆପଣଙ୍କ କଥାବାର୍ତ୍ତା ଶୈଳୀ, ଚିନ୍ତାଧାରାରେ ସ୍ପଷ୍ଟତା ଲୋକଙ୍କୁ ପ୍ରଭାବିତ କରିବ । ଆପଣଙ୍କ କଥାରେ ଆପଣ ଅନ୍ୟର ବିଶ୍ବାସ ଜିତିବେ । ସାମ୍ବାଦିକତା, ଶିକ୍ଷକତା, ମାର୍କେଟିଂ ଜିଡିତ ବ୍ୟକ୍ତିମାନେ ଗୁରୁତ୍ବପୂର୍ଣ୍ଣ ସଫଳତା ଓ ସ୍ବୀକୃତି ପାଇବେ । ଆପଣ ଅଫିସରେ ଉପରିସ୍ଥ ଅଧିକାରୀଙ୍କଠାରୁ ସମର୍ଥନ ପାଇବେ ।

ଜନ୍ମ କୁଣ୍ଡଳୀ, ହସ୍ତରେଖା ଓ ରାଶିଫଳ ଦେଖି ଏଠାରେ କରାଯାଉଛି ରୋଗ ଚିହ୍ନଟ, କୁଣ୍ଡଳୀ ପ୍ରସ୍ତୁତ ପରେ କରାଯାଉଛି ଚିକିତ୍ସା

କନ୍ୟା ରାଶି : ଏହି ରାଶି ମଧ୍ୟ ବୁଧଙ୍କ ଦ୍ବାରା ନିୟନ୍ତ୍ରିତ । ଏହି ରାଶି ଶୁକ୍ରଙ୍କ ସହ ମିଶି ଯେତେବେଳେ ୪୦ ଡିଗ୍ରି ସ୍ଥିତି ସୃଷ୍ଟି କରନ୍ତି ଅନ୍ୟ ମାନଙ୍କ ସହ ଆପଣଙ୍କ ବୁଝାମଣା ଠିକ ରହିବ । କାର୍ଯ୍ୟସ୍ଥଳରେ ସହକର୍ମୀ ଓ ଅଧିକାରୀଙ୍କ ସହ ସମ୍ପର୍କ ଦୃଢ଼ ହେବ । ଲାଭଦାୟୀ ପ୍ରକଳ୍ପ ଆପଣଙ୍କ ହାତକୁ ଆସିପାରେ । ବ୍ୟବସାୟରେ ସହଭାଗୀତା, କିମ୍ବା ମିଳିତ ନିବେଶରୁ ଆପଣଙ୍କ ଲାଭ ମିଳିବାର ସଂଯୋଗ ରହିଛି । ଏହି ରାଶିର ଛାତ୍ରଛାତ୍ରୀଙ୍କ କ୍ୟାରିଅରରେ ସ୍ଥିରତା ଆସିବ  । 

ତୁଳା ରାଶି : ଏହି ରାଶି ଶୁକ୍ର ଗ୍ରହ ଦ୍ବାରା ନିୟନ୍ତ୍ରିତ । ଏହା ବୁଧ ଗ୍ରହ ସହ ମିଶି ୪୦ କୋଣୀୟ ସଂଯୋଗ ସୃଷ୍ଟି କଲେ ଏହି ରାଶିର ବ୍ୟକ୍ତୀରଙ୍କ ଜୀବନରେ ସୌନ୍ଦର୍ଯ୍ୟ, ସମୃଦ୍ଧି, ସନ୍ତୁଳନ ଓ ଶୁଭ ଯୋଗ ଆସିଥାଏ । ଏହି ସମୟ ଭାଗ୍ୟର ସମୟ ବୋଲି ପ୍ରମାଣିତ ହୁଏ । ପୂର୍ବରୁ ଥିବା ପ୍ରତିବନ୍ଧକ ଦୂର ହେବ  । ଆପଣଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି  । ଆପଣଙ୍କ ମନ ଆତ୍ମବିଶ୍ବାସ ଓ ସକରାତ୍ମକ ଶକ୍ତିରେ ପୂରଣ ହେବ ।  ଯଦି ଆପଣ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଚିନ୍ତା କରୁଛନ୍ତି ତେବେ ଏହି ମାସ ଶୁଭପ୍ରଦ ।

ମକର ରାଶି : ନଭେମ୍ବର ମାସ ମକର ରାଶି ବ୍ୟକ୍ତିଙ୍କ ପାଇଁ ଶୁଭ ମାସ ହେବ  । ଏହି ମାସରେ ମକର ରାଶି ବ୍ୟକ୍ତିର ଯୋଗାଯୋଗ ଦକ୍ଷତା ବୃଦ୍ଧି ହେବା ସହ ସମାଜରେ ସମ୍ମାନ ବଢ଼ିବ  । ବୃତ୍ତିଗତ ଅଭିବୃଦ୍ଧି ପାଇଁ ମଧ୍ୟ ଏହି ମାସ ଅତି ଶୁଭ । କୌଣସି ଚିକ୍ତିନାମାରେ ଆପଣଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟତ୍ବ ମିଳିପାରେ ।