କନକ ବ୍ୟୁରୋ: ରାତି ପାହିଲେ ଖଣ୍ଡଗିରି ମାଘମେଳା । ମନ୍ତ୍ରୋଚ୍ଚାରଣରେ ଗୁଞ୍ଜରିତ ହେବ ଖଣ୍ଡଗିରି ପାଦଦେଶ । ଯଜ୍ଞବେଦୀରେ କର୍ମ ଆରମ୍ଭ କଲେଣି ସାଧୁସନ୍ଥ । ପାହାଡ଼ର ପାଦଦେଶରୁ ଉପର ବାରଭୂଜା ଯାଏଁ ଜମିବ ସାଧୁସନ୍ଥଙ୍କ ମେଳି । କାଲିଠୁ ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା ଆରମ୍ଭ ହେଉଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ବେଦ ଧ୍ଵନି ଓ ମନ୍ତ୍ରୋଚ୍ଚାରଣରେ କମ୍ପିବ ଗଗନ ପବନ ।
ପଞ୍ଚଦେବତାଙ୍କ ଉଦେଶ୍ୟରେ ହୋଇଥିବା ପଞ୍ଚଯଜ୍ଞ କୁଣ୍ଡର ପୂଜା କରିବା ସହ କାଲି କଳସ ଯାତ୍ରାରୁ ଆସିବା ପରେ ଆରମ୍ଭ ହେବ ଯଜ୍ଞ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ସାଧୁସନ୍ଥଙ୍କ ସମାଗମ ହେବ । ନାଗା ସନ୍ନ୍ୟାସୀଙ୍କଠାରୁ ଆରମ୍ଭ କରି ବୈଷ୍ଣବ ଚାରି ସମ୍ପ୍ରଦାୟ, ଓଡ଼ିଶାର ପଞ୍ଚସଖା ସମ୍ପ୍ରଦାୟ, ଗୌଡ଼ୀୟ, ବେଦପତି ପ୍ରମୁଖ ବିଭିନ୍ନ ସନ୍ୟାସୀଙ୍କ ହୋମଯଜ୍ଞରେ ପ୍ରକମ୍ପିତ ହେବ ଖଣ୍ଡଗିରି ପାଦଦେଶ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/24/magha-mela-2026-01-24-20-18-07.jpg)