ଖଣ୍ଡଗିରି ମାଘମେଳାରେ ଆଜିଠୁ ବିଶ୍ୱଶାନ୍ତି ଯଜ୍ଞ । ପୂର୍ଣ୍ଣିମା ପର୍ଯ୍ୟନ୍ତ ଅହରହ ଚାଲିବ ଯଜ୍ଞ

75

କନକ ବ୍ୟୁରୋ : କରୋନା କଟକଣା ଯୋଗୁ ଏଥର ଫିକା ପଡ଼ିଛି ଖଣ୍ଡଗିରି ମାଘମେଳା । ଏଥର ଖଣ୍ଡଗିରି ମେଳାରେ ଜମିଲାନି ଭିଡ଼ । ପୂର୍ବରୁ ବିଶ୍ୱଶାନ୍ତି ଯଜ୍ଞ ପାଇଁ ଶହ ଶହ ସଂଖ୍ୟାରେ ସାଧୁ ଆସୁଥିଲେ । ହେଲେ ଚଳିତ ବର୍ଷ ଏହି ସଂଖ୍ୟା ବହୁତ କମ୍ ରହିଛି । ସେହିପରି ଭକ୍ତଙ୍କ ଗହଳି ମଧ୍ୟ ନାହିଁ । ଖଣ୍ଡଗିିରି ମେଳାରେ ଆଜିଠାରୁ ବିଶ୍ୱଶାନ୍ତି ଯଜ୍ଞ ଆରମ୍ଭ ହେବ ।

ପୂର୍ଣ୍ଣିମା ପର୍ଯ୍ୟନ୍ତ ଅହରହ ଚାଲିବ ବିଶ୍ୱଶାନ୍ତି ଯଜ୍ଞ । ଅନନ୍ତ ଗୁମ୍ଫା ସମ୍ମୁଖରେ ଗୋସ୍ୱାମୀ ପିତାମ୍ବର ଦାସଙ୍କ ଶିଷ୍ୟ ରବିନାରାୟଣ ଦାସ ଜାଗମରା ପୋଖରୀରୁ ଘଟ ଆଣି ସ୍ଥାପନ କରିବେ । ଏହି ଅବସରରେ କଳସ ଶୋଭାଯାତ୍ରା ମଧ୍ୟ ହେବ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଖଣ୍ଡଗିରି ମେଳା ।