ସରିବ ପୁରୁଣା ମିଟରର ଯୁଗ : ଏଣିକି ଘରେ ଘରେ ଲାଗିବ ସ୍ମାର୍ଟ ମିଟର

Advertisment

ପୁରୁଣା ମିଟରର ଯୁଗ ସରିବ, ଏଣିକି ଆପଣଙ୍କ ଘରେ ଲାଗିବ ସ୍ମାର୍ଟ ମିଟର । ସ୍ମାର୍ଟ ମିଟରରେ ଆସିବ ବିଲ୍ ।  ରାଜ୍ୟରେ ଶତ ପ୍ରତିଶତ ସ୍ମାର୍ଟ ମିଟର ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।  

ପୁରୁଣା ମିଟରର ଯୁଗ ସରିବ, ଏଣିକି ଆପଣଙ୍କ ଘରେ ଲାଗିବ ସ୍ମାର୍ଟ ମିଟର । ସ୍ମାର୍ଟ ମିଟରରେ ଆସିବ ବିଲ୍ ।  ରାଜ୍ୟରେ ଶତ ପ୍ରତିଶତ ସ୍ମାର୍ଟ ମିଟର ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।  

7PM7

Photograph: (kanaknews)

କନକ ବ୍ୟୁରୋ : ପୁରୁଣା ମିଟରର ଯୁଗ ସରିବ, ଏଣିକି ଆପଣଙ୍କ ଘରେ ଲାଗିବ ସ୍ମାର୍ଟ ମିଟର । ସ୍ମାର୍ଟ ମିଟରରେ ଆସିବ ବିଲ୍ ।  ରାଜ୍ୟରେ ଶତ ପ୍ରତିଶତ ସ୍ମାର୍ଟ ମିଟର ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।  ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା-ସ୍ମାର୍ଟ ମିଟର ସଂଯୋଗର ପ୍ରଥମ ପର୍ଯ୍ୟାୟ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । 

ନୂଆ କରି ଲାଗିବାକୁ ଥିବା ସ୍ମାର୍ଟ ମିଟର ପାଇଁ ଉପଭୋକ୍ତାଙ୍କୁ କୌଣସି ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡ଼ିବ ନାହିଁ ।  କେବଳ ସେତିକି ନୁହେଁ, ଖୁଚୁରା ଯୋଗାଣ ଟାରିଫ୍ ବା ସେମାନଙ୍କର ବିଦ୍ୟୁତ୍ ବିଲ୍ ଶୁଳ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଶକ୍ତି ବିଭାଗ କହିଛି ।  କିନ୍ତୁ ଏହି ସ୍ମାର୍ଟ ମିଟର ଉପରେ ପ୍ରଶ୍ନ ଉଠାଇଲେଣି ଶକ୍ତି ସମୀକ୍ଷକ ।  ଉପଭୋକ୍ତାଙ୍କ ଘରେ ମିଟର ଲାଗିଥିବ କିନ୍ତୁ ଏହାର ରିମୋର୍ଟ ରହିବ ଘରୋଇ ସଂସ୍ଥା ପାଖରେ ।  

ଦିଲ୍ଲୀ ପ୍ରଦୂଷଣକୁ ନେଇ ସାରାଦେଶରେ ଚର୍ଚ୍ଚା ଭିତରେ ଓଡ଼ିଶାରୁ ଆସିଲା ସାଂଘାତିକ ଚିତ୍ର : ଚିନ୍ତାଜନକ ସ୍ଥିତିରେ ଭୁବନେଶ୍ବରର ବାୟୁ

ଯେମିତି ଇଛା କରିବେ ଟାଟା ପାଓ୍ବାର ସେମିତି ୟୁନିଟ ବଢାଇ ଶୁଳ୍କ ବୃଦ୍ଧି କରିଦେବେ ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ ।  ବିଦ୍ୟୁତ ଶୁଳ୍କକୁ ନେଇ ଅନେକ ଦ୍ବନ୍ଦ୍ବରେ ଉପଭୋକ୍ତା । କେତେବେଳେ ଆଶ୍ଚର୍ଯ୍ୟଜନକ ଭାବେ ବିଲ ବଢିଯାଉଛି ତ ପୁଣି କେତେବେଳେ ଅତିରିକ୍ତ ସୁରକ୍ଷା ଦେୟ ଚିନ୍ତା ବଢାଉଛି ।  ଏଭଳି ସମୟରେ ସ୍ମାର୍ଟ ମିଟର ଲଗାଇ ସାଧାରଣ ଉପଭୋକ୍ତାଙ୍କୁ ଅଧିକ ଦ୍ବନ୍ଦ୍ବରେ ନପକାଇବାକୁ ପରାମର୍ଶ ଦେଇଛି ଉପଭୋକ୍ତା  ଏଥିସହ ଲଗା ଯିବାକୁ ଥିବା ସ୍ମାର୍ଟ ମିଟରର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି । ଟାଟା ପାଓ୍ବାରର ପରିଚାଳନା ଉପରେ ସାଧାରଣ ଉପଭୋକ୍ତା ପୂର୍ବରୁ କ୍ଷୁବ୍ଧ ଥିବାବେଳେ ଏବେ ନୂଆ ସ୍ମାର୍ଟ ମିଟର ଚିନ୍ତା ବଢାଇଛି । ସରକାରର ନିୟନ୍ତ୍ରଣ ନରହିଲେ ଘରୋଇ ସଂସ୍ଥା ବିଦ୍ୟୁତ ଶୁଳ୍କ ଆଳରେ ଶୋଷଣ କରିବ ବୋଲି କହିଲେଣି ବିଶେଷଜ୍ଞ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe