Sambalpur Sports Person Photograph: (kanak news)
କନକ ବ୍ୟୁରୋ : ଟ୍ରେନ୍ରେ କିଏ ତଳେ… ତ ପୁଣି କିଏ ଟଏଲେଟ୍ କାନ୍ଥକୁ ଆଉଜି ହୋଇ ମୁଣ୍ଡ ଗୁଞ୍ଜି ଆସିଛନ୍ତି । ସ୍ୱତନ୍ତ୍ର ଟ୍ରେନ୍ରେ ଶୋଚନୀୟ ଭାବେ ଯାତ୍ରା କରି ଫେରିଥିବା ଏହି ପିଲାମାନେ ଆମେ ରାଜ୍ୟର ଜଣେ ଜଣେ ଜାତୀୟ ସ୍ତରୀୟ ଖେଳାଳି । ହେଲେ ଏମାନଙ୍କ ଅବସ୍ଥା ଏମିତି ଯେ , ସେମାନେ ଅସହାୟ… ଅପରିଚିତ ଓ ଅଣଦେଖା ଭାବେ ଦୟନୀୟ ସ୍ଥିତିରେ ଟ୍ରେନ୍ ଭିତରେ ତଳେ ବସି ଘର ବାହୁଡ଼ା ହେଉଛନ୍ତି । ଆଉ ଏହି ୧୯ ସେକେଣ୍ଡର ଭିଡିଓ ଖେଳାଳିଙ୍କ ପ୍ରତି ରାଜ୍ୟ କ୍ରୀଡ଼ା ବିଭାଗର ଯତ୍ନଶୀଳତା ଉପରେ ଅଙ୍ଗୁଳି ଉଠାଇଛି ।
ବାସ୍ତବରେ ଓଡ଼ିଶା ରାଜ୍ୟର କ୍ରୀଡ଼ା ବିଭାଗ ପାଇଁ ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ଚିନ୍ତାଜନକ ବିଷୟ । ଆମ ରାଜ୍ୟ ସ୍କୁଲର କୁସ୍ତି ଖେଳାଳିମାନେ ଜାତୀୟ ବିଦ୍ୟାଳୟ କୁସ୍ତି ଚ୍ୟାମ୍ପିୟନସିପ୍ ରେ ଯୋଗଦେବା ପାଇଁ ଉତ୍ତର ପ୍ରଦେଶର ବାଲିଆ ଯାଇଥିଲେ । କିନ୍ତୁ ସେମାନଙ୍କ ପାଇଁ ରିଜର୍ଭେସନ ରେଳ ଟିକେଟ୍ ଗୋଟିଏ ରାଯାଇନଥିଲା । ଏପରି ଅନିଶ୍ଚିତ, ମାନସିକ ଚାପପୂର୍ଣ୍ଣ ପରିସ୍ଥିତିରେ ଯାତ୍ରା କରିବା କରିବା ପରେ ସେମାନେ ଯ ନିଜ ଖେଳ ପ୍ରତି ଧ୍ୟାନ ଦେଇପାରିଥିବେ ତ ? କଷ୍ଟ ହେଉ ପଛେ… ଏହି ଖେଳାଳିମାନେ ଅନେକ ସ୍ୱପ୍ନ ନେଇ ଚାମ୍ପିୟନସିପ୍ରେ ଭାଗ ନେଲେ… ସଂଘର୍ଷ କଲେ ଫେରି ଆସିଲେ। ହେଲେ ଏମିତି ଖେଳାଳିମାନଙ୍କଠାରୁ ଭଲ ପ୍ରଦର୍ଶନ ବା ପଦକ ଆଶା କରାଯାଇପାରିବ କି ?
ଅଧିକ ପଢ଼ନ୍ତୁ---ବଡ଼ ବୟାନ ଦେଲେ ମୋହନ ଭାଗବତ ; ‘କହିଲେ RSS ହିନ୍ଦୁଙ୍କ ସଂରକ୍ଷଣ ପକ୍ଷରେ…’
ସମସ୍ୟା ଏତିକିରେ ସରିଯାଇନି ଆପଣ ଦେଖୁଥିବା ଏହି ଖେଳାଳିମାନଙ୍କ ମଧ୍ୟରୁ ଅନେକ ପ୍ରତିଯୋଗିତାରେ ଭାଗ ନନେଇ ଫେରିଆସିଛନ୍ତି । ଏହାର କାରଣ ହେଉଛି ଯୋଜନା ଓ ଦାୟିତ୍ୱବୋଧତାର ଅଭାବ । ଅନଭିଜ୍ଞ ଓ ଅପ୍ରଶିକ୍ଷିତ ବ୍ୟକ୍ତିମାନଙ୍କୁ ଓଡ଼ିଶା ସ୍କୁଲ କୁସ୍ତି ଦଳର ଦାୟିତ୍ୱ ଦିଆଯାଇଥିଲା କି… କାରଣ ଏ ଭିଡିଓ ସ୍ପଷ୍ଟ ଭାବେ ପ୍ରଶାସନିକ ବିଫଳତା ଓ ଅବହେଳାକୁ ପ୍ରକାଶ କରୁଛି । ରାଜ୍ୟ ସରକାରଙ୍କ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଖାଲି ଦୃଷ୍ଟି ଦେଲେ ହେବନି… ଯେଉଁ ଅଧିକାରୀ ବା ଦାୟିତ୍ୱ ନେଇଥିବା ବ୍ୟକ୍ତି ଅବହେଳା କରିଛନ୍ତି ସେମାନଙ୍କ ବିରୁଦ୍ଧରେ ପଦକ୍ଷେପ ଆବଶ୍ୟକ ।
ଏହା କେବଳ ଗୋଟିଏ ଘଟଣା ନୁହେଁ, ଅନେକ କ୍ରୀଡ଼ା ଏକାଡେମି ନିୟମିତଭାବେ ଖେଳାଳିମାନଙ୍କ ଏଭଳି ହିଁ ବ୍ୟବହାର କରୁଛନ୍ତି । କିନ୍ତୁ ନା କିଏ କହିବାକୁ ଅଛି ନା କିଏ ପ୍ରତିବାଦ କରୁଛି । କେତେକ ଆୟୋଜକ ଖେଳାଳିମାନଙ୍କ ଭଲ ଭବିଷ୍ୟତ ଛାଡି କ୍ରୀଡ଼ା ନାମରେ ଖେଳାଳିଙ୍କୁ ସମସ୍ୟାରେ ପକାଉଛନ୍ତି । ଏପରି ପ୍ରବୃତ୍ତିକୁ ତୁରନ୍ତ ରୋକାଯିବା ଆବଶ୍ୟକ । ନହେଲେ ଏ ଚିତ୍ର ଦେଖିବା ପରେ ପିଲାମାନେ ଖେଳ ପ୍ରତି ମନ ବଳାଇବେ ତ ?
Follow Us