କନକ ବ୍ୟୁରୋ : ବିଗୁଡୁଛି ଜଳବାୟୁ, ଯାଉଛି ଜୀବନ । ପରିବର୍ତ୍ତିତ ଜଳବାୟୁର ଦୁଃଖ ସମସ୍ତେ ଭୋଗୁଛନ୍ତି । କେବେ ଭୂସ୍ଖଳନ ପୁଣି କେବେ ସାମୁଦ୍ରିକ ଝଡ଼ । ବର୍ଷା ଦିନେ ଖରା, ଶୀତ ଦିନେ ବର୍ଷା । ପାହାଡ଼ିଆ ଅଞ୍ଚଳରେ ବଢ଼ୁଛି ଭୂସ୍ଖଳନର ଭୟ । ବିଶ୍ୱ ଏବେ ଏକ ଅସନ୍ତୁଳିତ ପରିବେଶ ସହ ଜୁଝୁଛି । ଜୀବଜଗତ ସନ୍ତୁଳି ହେଉଛି । ଆଗରୁ ଓଡ଼ିଶାକୁ ବାତ୍ୟା ଭୟ ଥିଲେ ଏବେ ସେ ତାଲିକାରେ ଯୋଡ଼ି ହୋଇଛି ଭୂସ୍ଖଳନ ଭୟ । ଏହି ପରିବର୍ତ୍ତିତ ପରିସ୍ଥିତିରେ ପରିବେଶ ପାଇଁ କିଛି କରିବାର ସଂକଳ୍ପ ନେଇଛି ସମ୍ୱାଦ ଗ୍ରୁପ୍‌ । ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଏକ ଅଭିଯାନ ଜାରି ରହିଛି । ଜନସଚେତନତା ପାଇଁ ଅଣ୍ଟା ଭିଡ଼ିଛି ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ୍। ଜଳବାୟୁ ସୁରକ୍ଷା ପାଇଁ ପ୍ରତିଘରୁ ପରିବେଶ ଯୋଦ୍ଧା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୦୨୧ରୁ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥିବୀ ଅଭିଯାନର ରୂପାନ୍ତର ଘଟିଛି । ୨୦୨୪ରୁ ପରିବେଶ ସୁରକ୍ଷା ଲାଗି ୧୨ ବର୍ଷର ସଂକଳ୍ପ ସହ ନୂଆ ଅଭିଯାନ ଆରମ୍ଭ ହୋଇଛି । ଜଳବାୟୁ ପରିବର୍ତ୍ତନ ସଂପର୍କିତ ସମସ୍ୟା ଓ ସମାଧାନକୁ ପ୍ରାଥମିକତାରେ ରଖି ଆଗକୁ ବଢ଼ୁଛି ପୁନଶ୍ଚ ପୃଥିବୀ ଅଭିଯାନ । ଆସନ୍ତାକାଲିଠୁ ଆରମ୍ଭ ହେବ ପୁନଶ୍ଚ ପୃଥିବୀ ଅଭିଯାନ-୨୦୨୫ । ଭୁବନେଶ୍ୱରରେ ତିନି ଦିନ ଧରି ଚାଲିବ ଜଳବାୟୁ ସଂପର୍କୀତ ଆଲୋଚନା । ଅକ୍ଟୋବର ୬, ୭ ଏବଂ ୮ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବେ ଦେଶର ପ୍ରଖ୍ୟାତ ପରିବେଶବିତ୍ । ପରିବେଶ ସୁରକ୍ଷା ନେଇ 'କାଲି ପାଇଁ ଆଜି' ପ୍ରସଙ୍ଗରେ ଆଲୋଚନା କରାଯିବ। 

Advertisment