ମୁହଁରୁ ଭଦ୍ର , ଭିତରୁ ଭୟଙ୍କର : ଭିଡିଓ ଗେମ୍ ଖେଳିବାକୁ ଡାକି ୩୩ ପିଲାଙ୍କ ଜୀବନ ବରବାଦ କରିଥିବା ଦମ୍ପତି

Advertisment

ଏହି ଦମ୍ପତି ଯେଉଁ କୁକର୍ମ କରିଥିଲେ ତାକୁ ଶୁଣିବା ପରେ ଜଜ୍ ମଧ୍ୟ ହତବାକ ହୋଇଯାଇଥିଲେ ଏବଂ ଏହି କେସକୁ ‘Rarest of Rare’ ରେ ଅନ୍ତର୍ଭୁକ୍ତ କରିଥିଲେ । ଇରିଗେସନ୍ ବିଭାଗରେ ଜୁନିୟର୍ ଇଞ୍ଜିନିୟର ରୂପେ କାମ କରୁଥିବା ରାମଭବନ ଏବଂ ତାଙ୍କ ସ୍ତ୍ରୀ ୩୩ ଜଣ ନାବାଳିକାଙ୍କ ସହ ଯୌନ ଶୋଷଣ କରି ଆସୁଥିଲେ ।

ଏହି ଦମ୍ପତି ଯେଉଁ କୁକର୍ମ କରିଥିଲେ ତାକୁ ଶୁଣିବା ପରେ ଜଜ୍ ମଧ୍ୟ ହତବାକ ହୋଇଯାଇଥିଲେ ଏବଂ ଏହି କେସକୁ ‘Rarest of Rare’ ରେ ଅନ୍ତର୍ଭୁକ୍ତ କରିଥିଲେ । ଇରିଗେସନ୍ ବିଭାଗରେ ଜୁନିୟର୍ ଇଞ୍ଜିନିୟର ରୂପେ କାମ କରୁଥିବା ରାମଭବନ ଏବଂ ତାଙ୍କ ସ୍ତ୍ରୀ ୩୩ ଜଣ ନାବାଳିକାଙ୍କ ସହ ଯୌନ ଶୋଷଣ କରି ଆସୁଥିଲେ ।

UP CASE

UP CASE Photograph: (KanakNews)

କନକ ବ୍ୟୁରୋ : ଶୁକ୍ରବାର ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲା POCSO କୋର୍ଟ ଏକ ବଡ଼ ଏବଂ କଡ଼ା ନିଷ୍ପତ୍ତି ଶୁଣାଇଲେ । କାଠଗଡ଼ାରେ ଛିଡ଼ା ହୋଇଥିବା ଦମ୍ପତି ସ୍ବାମୀ ରାମଭବନ ଏବଂ ସ୍ତ୍ରୀ ଦୁର୍ଗାବତୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଗଲା । ମୁହଁରୁ ଅତି ଭଦ୍ର ଦେଖାଯାଉଥିବା ଏହି ଦମ୍ପତିଙ୍କ ଅପରାଧ ଏତେ ଜଘନ୍ୟ ଥିଲା ଯେ ଉତ୍ତରପ୍ରଦେଶ ସମେତ ପୂରା ଭାରତର ଛାତିକୁ ଦୋହଲାଇ ଦେଇଥିଲା । ଏହି ଦମ୍ପତି ଯେଉଁ କୁକର୍ମ କରିଥିଲେ ତାକୁ ଶୁଣିବା ପରେ ଜଜ୍ ମଧ୍ୟ ହତବାକ ହୋଇଯାଇଥିଲେ ଏବଂ ଏହି କେସକୁ ‘Rarest of Rare’ ରେ ଅନ୍ତର୍ଭୁକ୍ତ କରିଥିଲେ । ଇରିଗେସନ୍ ବିଭାଗରେ ଜୁନିୟର୍ ଇଞ୍ଜିନିୟର ରୂପେ କାମ କରୁଥିବା ରାମଭବନ ଏବଂ ତାଙ୍କ ସ୍ତ୍ରୀ ୩୩ ଜଣ ନାବାଳିକାଙ୍କ ସହ ଯୌନ ଶୋଷଣ କରି ଆସୁଥିଲେ । ଦୁହିଁଙ୍କ ଉପରେ ଅଭିଯୋଗ ଲାଗିଥିଲା ଯେ ୨୦୧୦ ରୁ ୨୦୨୦ ଭିତରେ ଏହି ଦମ୍ପତି ଛୋଟ ପିଲାମାନଙ୍କୁ ଭିଡ଼ିଓ ଗେମ୍ , ଟଙ୍କା , ଖେଳନା ଏବଂ ମୋବାଇଲରେ ଗେମ୍ ଖେଳିବାର ପ୍ରଲୋଭନ ଦେଖାଇ ପ୍ରଥମେ ଘରକୁ ନେଇଆସୁଥିଲେ । ତା’ପରେ ଆରମ୍ଭ ହେଉଥିଲା କୁକର୍ମର ଖେଳ । କୁନି ପିଲାଙ୍କୁ ନଗ୍ନ କରି ଯୌନ ଶୋଷଣ କରିବା ସହ ଆପତ୍ତିଜନକ ଭିଡିଓ ଉତ୍ତୋଳନ କରୁଥିଲେ ରାମଭବନ ଏବଂ ଦୁର୍ଗାବତୀ । ଏହି ଅଶ୍ଲୀଳ ଭିଡିଓକୁ ସେମାନେ ଡାର୍କ ୱେବରେ ବିକ୍ରି ମଧ୍ୟ କରୁଥିଲେ । 

ଆଗକୁ ପଢ଼ନ୍ତୁ : କେବେ ମମତା ପାଇଁ ଖେଳନାକୁ କରିଥିଲା ମା’ , ଏବେ କୋଟି କୋଟି ଟଙ୍କାରେ କିଣାହେବ ପଞ୍ଚ୍

୨୦୨୦ ରେ ସିବିଆଇ ଏହି ମାମଲାର ଯାଞ୍ଚ୍ ଆରମ୍ଭ କରିଥିଲେ । ଯାଞ୍ଚ୍ ବେଳେ ଘରୁ ଅନେକ ଅଶ୍ଲୀଳ ଭିଡିଓ , ଫଟୋ ଏବଂ ପେନଡ୍ରାଇଭ୍ ମିଳିଥିଲା । ଯେଉଁଥିରେ ୩୩ ରୁ ଅଧିକ କୋମଳମତୀ ପିଲାଙ୍କ ନଗ୍ନ ଭିଡ଼ିଓର ପ୍ରମାଣ ମିଳିଥିଲା । ଏହି ପ୍ରମାଣ ଦେଖିବା ପରେ କୋର୍ଟ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଉକ୍ତ ଘଟଣାକୁ ‘Rarest of Rare’ କେସ୍ ବୋଲି କହିଥିଲେ । କୋର୍ଟ କହିଥିଲେ ଯେ ଏଭଳି ଲୋକମାନେ କେବେ ବି ସୁଧୁରିବେ ନାହିଁ । କୋର୍ଟ ସରକାରଙ୍କୁ ଆଦେଶ ଦେଇଛନ୍ତି ଯେ ପୀଡ଼ିତ ପିଲାଙ୍କୁ ୧୦-୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯାଉ । ଏହା ସହ ଅଭିଯୁକ୍ତଙ୍କଠାରୁ ମିଳିଥିବା ଟଙ୍କା ମଧ୍ୟ ପୀଡ଼ିତ ପିଲାମାନଙ୍କୁ ବଣ୍ଟାଯାଉ ବୋଲି କହିଛନ୍ତି କୋର୍ଟ । ଛୋଟ ପିଲାମାନଙ୍କ ସହ ହେଉଥିବା ଅପରାଧ ବିରୁଦ୍ଧରେ ଏହି ରାୟ ଏକ ବଡ଼ ଏବଂ କଡ଼ା ସନ୍ଦେଶ । 

ଦମ୍ପତି ପର୍ଣ୍ଣୋଗ୍ରାଫି ଆପରେ ଏହି ଭିଡିଓକୁ ବିକ୍ରି କରୁଥିଲେ । ପିଲାଙ୍କ ସହିତ ଯୌନ ଶୋଷଣ ସହିତ କ୍ରୁର ବ୍ୟବହାର ଦେଖାଉଥିଲେ । ଯେଉଁ କାରଣରୁ କୁନି କୁନି ପିଲାଙ୍କ ଗୁପ୍ତାଙ୍ଗରେ ଆଘାତ ମଧ୍ୟ ହୋଇଥିଲା । କିଛି ପିଲାଙ୍କୁ ହସ୍ପିଟାଲରେ ବର୍ଷ ବର୍ଷ ଧରି ରହିବାକୁ ପଡ଼ିଥିଲା । ଅନେକ ପୀଡ଼ିତଙ୍କୁ ଆଖିରେ ଆଘାତ ହେବା ସହ ମାନସିକ ପୀଡ଼ା ହେଲା । କିନ୍ତୁ ୨୦୨୦ରେ ଯେତେବେଳେ ଅନ୍ତର୍ଜାତୀୟ ସ୍ତରରେ ଶିଶୁ ପର୍ଣ୍ଣୋଗ୍ରାଫି ଉପରେ କଡ଼ା ନଜର ରଖାଯାଉଥିଲା, ସେତେବେଳେ ଭାରତର ଶିଶୁମାନଙ୍କର ପର୍ଣ୍ଣୋଗ୍ରାଫି ଭିଡିଓ ସାମ୍ନାକୁ ଆସିଥିଲା ଯାହାକୁ ନେଇ ଏଜେନ୍ସିଗୁଡ଼ିକୁ ସତର୍କ ମଧ୍ୟ କରାଯାଇଥିଲା । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହି ସୂଚନାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଯାହା ଫଳରେ ଦମ୍ପତିଙ୍କ ଅପରାଧିକ କାର୍ଯ୍ୟକଳାପର ପର୍ଦ୍ଦାଫାସ ହୋଇଥିଲା । ସିବିଆଇ ରାମଭାବନ ଏବଂ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଏକ ଚାର୍ଜସିଟ୍ ଦାଖଲ କରି ଗିରଫ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe