ଢେଙ୍କାନାଳର ଅଭିଶପ୍ତ ମଝିକା ଗାଁ, ନା ପାନୀୟ ଜଳ, ନା ମୋବାଇଲ ନେଟୱର୍କ, ଏମାନଙ୍କ ପାଇଁ ଯୋଜନ ଯୋଜନ ଦୂରରେ ଯୋଜନା

Advertisment

ଖାଲି ପାଣି ଅସୁବିଧା ନୁହେଁ, ଏଠାରେ ମୋବାଇଲ ନେଟୱର୍କ ବି ଅପହଞ୍ଚ। ଜାତୀୟ ରାଜପଥ ୧୪୯ ଠାରୁ ମାତ୍ର ୩କିମି ଭିତରେ ଥିବା ଏହି ଗାଁକୁ କୌଣସି ମୋବାଇଲ ନେଟୱର୍କ ପହଞ୍ଚିପାରିନି। ଫଳରେ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ସରକାରଙ୍କର ରାସନ ଚାଉଳ ପାଇଁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟବାସିନ୍ଦା। ଖାଲି ମଝିକା ନୁହେଁ, ପାଖ ଗାଁ ସୁନ୍ଦରମୁଣ୍ଡି, ବାଲିଝରଣ, ଭେଜିଆ ଭଳି ଗାଁରେ ମଧ୍ୟ ଠିକରେ ମୋବାଇଲ ନେଟୱର୍କ ଆସୁନାହିଁ ।

Updated On

ଅଦ୍ୟତନ ହୋଇଛି
dhenkanal

କନକ ବ୍ୟୁରୋ :  ନା ଶୁଦ୍ଧ ପାନୀୟ ଜଳ ମିଳୁଛି ନା ମୋବାଇଲ ନେଟୱର୍କ। ନାହିଁ ନାହିଁରେ ବଞ୍ଚୁଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମଝିକା ଗାଁର ଲୋକମାନେ। ଆକାଂକ୍ଷୀ ବ୍ଲକ ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ଏଠି କିନ୍ତୁ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ରାଜପଥଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଛି ଗାଁ, କିନ୍ତୁ ସରକାରୀ ସୁବିଧାରୁ ବଞ୍ଚିତ। କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ପଂଚାୟତ ମଝିକା ଗାଁରେ ୭୦ ପରିବାରର ଲୋକ ବସବାସ କରୁଥିବା ବେଳେ ଆଜି ବି ଅବହେଳିତ ହୋଇ ରହିଛି ପୂରା ଗାଁ। ଗାଁରେ ୩ଟି ନଳକୂପ ଥିବା ବେଳେ ୨ଟି ଅଚଳ। ବାକି ଗୋଟିଏରୁ ନାଲିଆ ପାଣି ବାହାରୁଥିବା ବେଳେ ତାକୁ ପାନୀୟ ଜଳ ଭାବରେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଗାଁର ଲୋକେ। ଆଜି ଯାଏଁ ଗାଁକୁ ପାଇପ୍‌ ପାଣି ଆସିପାରିନି। ନଳକୂପ ପାଖରେ ସକାଳୁ ଭିଡ଼ ଲାଗୁଛି ଲୋକଙ୍କର। ଯାହାକୁ ଯେତେ ଅଭିଯୋଗ କରିବା ପରେ ମଧ୍ୟ ନିରାଶ ହୋଇ ସେହି ପାଣିକୁ ବ୍ୟବହାର କରୁଛନ୍ତି ସ୍ଥାନୀୟ ଲୋକ ।

ଅଧିକ ପଢ଼ନ୍ତୁ : ଟାଟାକୁ ଟା ଟା! ଢେଙ୍କାନାଳରେ ଦାନା ବାନ୍ଧୁଛି ଜନଆନ୍ଦୋଳନ

 ଖାଲି ପାଣି ଅସୁବିଧା ନୁହେଁ, ଏଠାରେ ମୋବାଇଲ ନେଟୱର୍କ ବି ଅପହଞ୍ଚ। ଜାତୀୟ ରାଜପଥ ୧୪୯ ଠାରୁ ମାତ୍ର ୩କିମି ଭିତରେ ଥିବା ଏହି ଗାଁକୁ କୌଣସି ମୋବାଇଲ ନେଟୱର୍କ ପହଞ୍ଚିପାରିନି। ଫଳରେ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ସରକାରଙ୍କର ରାସନ ଚାଉଳ ପାଇଁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟବାସିନ୍ଦା। ଖାଲି ମଝିକା ନୁହେଁ, ପାଖ ଗାଁ ସୁନ୍ଦରମୁଣ୍ଡି, ବାଲିଝରଣ, ଭେଜିଆ ଭଳି ଗାଁରେ ମଧ୍ୟ ଠିକରେ ମୋବାଇଲ ନେଟୱର୍କ ଆସୁନାହିଁ । ଅନେକ ସମୟରେ ଗାଁରେ ଥିବା ଏକ ଗଛ ଉପରେ ଚଢ଼ିଲେ ମଝିରେ ମଝିରେ ଅଳ୍ପ ନେଟୱର୍କ ଆସୁଥିବା ବେଳେ ବିପଦ ପୂର୍ଣ୍ଣ ଭାବରେ ସେହିଭଳି କରିବାକୁ ବାଧ୍ୟ ହେଉଛନ୍ତି ଗାଁ ଲୋକ। ଏନେଇ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ବିଡିଓଙ୍କ ସହିତ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe