କନକ ବ୍ୟୁରୋ: ୨୦୨୬ ଜାନୁଆରୀ ୧୦ ତାରିଖରେ ଢେଙ୍କନାଳର କପିଳାସରେ ହାଫ୍ ମାରାଥନ୍‌ ଆୟୋଜନ କରିବାକୁ ଯୋଜନା କରୁଛି ଟାଟା ଷ୍ଟିଲ୍‌ । ଏଥିପାଇଁ ଢେଙ୍କାନାଳ ଜିଲ୍ଲାପାଳ, ଏସ୍‌ପି ଓ ବନଖଣ୍ଡ ଅଧିକାରୀ ସବୁଜ ସଙ୍କେତ ଦେଇସାରିଛନ୍ତି । ଜର୍ସି ଉନ୍ମୋଚନ ହୋଇଛି ଏବଂ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । କିନ୍ତୁ ସ୍ମାର୍ଟ ମିଟର ବସାଇ ଲୋକଙ୍କୁ ଶୋଷୁଥିବା ଟାଟା କମ୍ପାନିର ଢେଙ୍କାନାଳ ଜିଲ୍ଲା ପ୍ରତି କୌଣସି ଅବଦାନ ନାହିଁ ! ତେଣୁ ବିରୋଧ କରିଛି ଜିଲ୍ଲା ଓକିଲ ସଂଘ ଏବଂ ଢେଙ୍କାନାଳ ଉନ୍ନୟନ ପରିଷଦ ।

Advertisment

ଗଞ୍ଜେଇ ଚାଲାଣ ପାଇଁ ନୂଆ କୌଶଳ ଆପଣାଉଛନ୍ତି ମାଫିଆ, ତରଳ ଗଞ୍ଜେଇ ପ୍ରସ୍ତୁତ କରି ହେଉଛି ଚୋରା ଚାଲାଣ

ଅଭିଯୋଗ ଅନୁସାରେ, ଟାଟା ଷ୍ଟିଲ ଢେଙ୍କାନାଳ ଜିଲ୍ଲାର ଉନ୍ନତି ଦିଗରେ ଟଙ୍କାଟିଏ ବି ଖର୍ଚ୍ଚ କରିନାହିଁ । ସେପଟେ କପିଳାସରେ ଶବ୍ଦ ପ୍ରଦ୍ୟୁଷଣ କରି ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ହେୟଜ୍ଞାନ କରୁଥିବା ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ l ଭଗବାନପୁର ଠାରୁ କପିଳାସ ପର୍ଯ୍ୟନ୍ତ ରାସ୍ତାର ଆଲୋକୀକରଣ ଏଵଂ ପୁରାତନ ମୁଖ୍ୟ ଚିକିତ୍ସାଳୟକୁ ଟାଟା ସିଟି ହସ୍ପିଟାଲ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି ହୋଇଛି । ନଚେତ ହାଫ୍ ମାରାଥନକୁ ସମ୍ପୂର୍ଣ ବୟକଟ କରିବାକୁ ନିଷ୍ପତି ନିଆଯାଇଛି ଢେଙ୍କାନାଳ ଉନ୍ନୟନ ପରିଷଦ l ଟାଟା କମ୍ପାନିର ଟିପିଡିଓଡିଏଲ ବିଦ୍ୟୁତ ବିତରଣକାରୀ ସଂସ୍ଥା ଜିଲ୍ଲାର ଗାଁ ଓ ସହରରେ ଜୋର୍ ଜବରଦସ୍ତ ସ୍ମାର୍ଟ ମିଟର ଲଗାଉଛି, ତାକୁ ବି ଘୋର ବିରୋଧ କରାଯାଉଛି ।