ଦୁବାଇ ଭିକାରୀଙ୍କୁ ବାନ୍ଧିଲା ପୁଲିସ : ପାଖରୁ ବାହାରିଲା କାର୍ ଏବଂ ନଗଦ ୬ ଲକ୍ଷ ଟଙ୍କା

Advertisment

ୟୁଏଇରେ ଭିକ ମାଗିବା ବେଆଇନ। ଭିକ ମାଗୁଥିବା ବେଳେ ଧରାପଡ଼ିଲେ ତିନି ମାସ ପର୍ଯ୍ୟନ୍ତ ଜେଲ୍‌ର ପ୍ରାବଧାନ ରହିଛି। ଏହା ସହିତ ଲକ୍ଷେ ୨୩ ହଜାର ଟଙ୍କା ଜରିମାନା ମଧ୍ୟ ହୋଇପାରେ।

ୟୁଏଇରେ ଭିକ ମାଗିବା ବେଆଇନ। ଭିକ ମାଗୁଥିବା ବେଳେ ଧରାପଡ଼ିଲେ ତିନି ମାସ ପର୍ଯ୍ୟନ୍ତ ଜେଲ୍‌ର ପ୍ରାବଧାନ ରହିଛି। ଏହା ସହିତ ଲକ୍ଷେ ୨୩ ହଜାର ଟଙ୍କା ଜରିମାନା ମଧ୍ୟ ହୋଇପାରେ।

begger

begger Photograph: (google)

ବିଦେଶରେ ଭିକ ମାଗି ବଡ଼ ଲୋକ ହେବାର ନିଶା କିଛି ଲୋକଙ୍କୁ ଘାରିଛି। ପବିତ୍ର ରମ୍‌ଜାନ୍ ମାସରେ ଲୋକେ ଅଧିକ ଦାନ ଦେଇଥାନ୍ତି। ତେଣୁ ଦୁବାଇକୁ ବିଭିନ୍ନ ଦେଶରୁ ଭିକାରିମାନେ ଆସିବାରେ ଲାଗିଛନ୍ତି। ଭିକ ମାଗି ସେମାନେ ଧନୀ ହେବାରେ ଲାଗିଛନ୍ତି। ତଥାପି ମନରୁ ଲୋଭ ଛାଡୁନି। ତିନି ବିଳାସପୂର୍ଣ୍ଣ କାରର ମାଲିକ ଜଣେ ଭିକାରୀଙ୍କୁ ଦୁବାଇ ପୁଲିସ ସମ୍ପ୍ରତି ଗିରଫ କରିଛି। ତାଙ୍କଠାରୁ ନଗଦ ୬ ଲକ୍ଷ ଟଙ୍କା ଜବତ କରାଯାଇଛି। ବ୍ୟକ୍ତି ଜଣକ ଦିନରେ ବିଭିନ୍ନ ସ୍ଥାନରେ ବୁଲି ବୁଲି ଭିକ୍ଷା ମାଗୁଥିଲେ। ସନ୍ଧ୍ୟାରେ ସେ ଫିଲ୍ମ ଷ୍ଟାଇଲରେ ନିଜର ବେଶ ବଦଳାଇ ବିଳାସପୂର୍ଣ୍ଣ କାରରେ ଘରକୁ ଫେରୁଥିଲେ। ପୁଲିସ କହିଛି, ସେ ଲୋକଙ୍କ ଭାବନା ସହିତ ଖେଳିବା ଓ ବିଭିନ୍ନ ମନଗଢ଼ା ମିଛ କାହାଣୀ କହି ସେମାନଙ୍କଠାରୁ ଟଙ୍କା ଆଦାୟ କରିବାରେ ପାରଙ୍ଗମ।

ଆଗକୁ ପଢ଼ନ୍ତୁ : କେବେ ମମତା ପାଇଁ ଖେଳନାକୁ କରିଥିଲା ମା’ , ଏବେ କୋଟି କୋଟି ଟଙ୍କାରେ କିଣାହେବ ପଞ୍ଚ୍

ୟୁଏଇରେ ଭିକ ମାଗିବା ବେଆଇନ। ଭିକ ମାଗୁଥିବା ବେଳେ ଧରାପଡ଼ିଲେ ତିନି ମାସ ପର୍ଯ୍ୟନ୍ତ ଜେଲ୍‌ର ପ୍ରାବଧାନ ରହିଛି। ଏହା ସହିତ ଲକ୍ଷେ ୨୩ ହଜାର ଟଙ୍କା ଜରିମାନା ମଧ୍ୟ ହୋଇପାରେ। ସଂଗଠିତ ଭିକାରି ଦଳ ପରିଚାଳନା କରୁଥିବା କିମ୍ବା ବିଦେଶରେ ଲୋକଙ୍କୁ ଭିକ ମାଗିବାକୁ ନିଯୁକ୍ତି ଦେଉଥିବା ଲୋକଙ୍କୁ ଛଅ ମାସ ପର୍ଯ୍ୟନ୍ତ ଜେଲ୍ ସହିତ ଅଢ଼େଇ ଲକ୍ଷ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି। ଏହି ପରିପ୍ରେକ୍ଷୀରେ, ଦୁବାଇ ପୁଲିସ ଭିକାରିଙ୍କୁ ଗିରଫ କରିବା ପାଇଁ ଏକ ଅଭିଯାନ ଜାରି ରଖିଛି। ପୁଲିସ ରିପୋର୍ଟ କରିଛି, ରମଜାନର ପ୍ରଥମ ସପ୍ତାହରେ ବିଭିନ୍ନ ଦେଶରୁ ଆସିଥିବା ୨୬ ରୁ ଅଧିକ ଭିକାରୀଙ୍କୁ ଗିରଫ କରାଯାଇଛି। ଜଣେ ଅଧିକାରୀଙ୍କ ଅନୁଯାୟୀ, ଧରାଯାଇଥିବା ଭିକାରିଙ୍କ ମଧ୍ୟରୁ ୯୦ ପ୍ରତିଶତ ଭିସାରେ ଦୁବାଇ ଆସିଥିବାର ଜଣାପଡ଼ିଛି ଏବଂ ସେଠାକାର ଲୋକଙ୍କ ଦାନଶୀଳତାର ସୁଯୋଗ ନେବା ପାଇଁ ରମ୍‌ଜାନ୍ ମାସକୁ ବ୍ୟବହାର କରୁଛନ୍ତି। ୯୦୧ ନମ୍ବରରେ ଡାଏଲ୍ କରି କିମ୍ବା ଦୁବାଇ ପୁଲିସ ସ୍ମାର୍ଟ ଆପ୍ ବ୍ୟବହାର କରି ଭିକାରିଙ୍କ ବିଷୟରେ ରିପୋର୍ଟ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଦୁବାଇ ପୁଲିସ ଅନଲାଇନ୍ ଭିକ୍ଷା ଠକେଇର ଶିକାର ନ ହେବାକୁ ମଧ୍ୟ ଲୋକଙ୍କୁ ସତର୍କ କରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe