କନକବ୍ୟୁରୋ : ଆଜି ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ । କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ୱ ଦେଖିବ ଭାରତର ଶୌର୍ଯ୍ୟ ଓ ସାମର୍ଥ୍ୟ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ।
ଅଧିକ ପଢନ୍ତୁ... ଆଜିଠୁ ପୁଣି ବଢ଼ିବ ପାରଦ : ଘୁ. ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରି ରେକର୍ଡ
ଏଥିପାଇଁ ଦିଲ୍ଲୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରତି ବର୍ଷ ଭଳି ଏଥର ମଧ୍ୟ ମୁଖ୍ୟ ଆକର୍ଷଣ ରହିବ ପରେଡ୍ ସୋ । ପରେଡରେ ଅଂଶଗ୍ରହଣ କରି କଳାକାର ମାନେ ମଧ୍ୟ ନିଜ ନିଜର କଳା ପ୍ରଦର୍ଶନ କରିବେ । ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୦ହଜାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସୁରକ୍ଷା ନିରୀକ୍ଷଣକୁ ସୁଦୃଢ଼ କରିବା ପାଇଁ ଏଆଇ ବେସଡ୍ ସ୍ମାର୍ଟ ଚଷମା ଏବଂ ସିସି ଟିଭି କ୍ୟାମେରା ଭଳି ଉନ୍ନତ ବ୍ୟବସ୍ଥା ବ୍ୟବହାର କରାଯାଉଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ହଜାର ହଜାର ସୁରକ୍ଷା ବାହିନୀ।
କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭାରତର ଶୌର୍ଯ୍ୟ ଓ ପରାକ୍ରମ ଦେଖିବ ସାରା ବିଶ୍ବ
ମୁଖ୍ୟ ଅତିଥି ଭାବେ ଯୋଗଦେବେ ୟୁରୋପୀୟ ସଂଘର ଦୁଇ ପ୍ରମୁଖ ନେତା
ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା
ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍
ଐତିହାସିକ ଯୁଦ୍ଧ ଉପକରଣର ଥ୍ରୀଡ଼ି ମଡେଲ ପ୍ରଦର୍ଶିତ କରାଯିବ
ଟି-୫୫ ଏବଂ ବିଜୟନ୍ତ ଟ୍ୟାଙ୍କ, ମିଗ୍-୨୧, ମିରାଜ ଏବଂ ଜାଗୁଆର ବିମାନ
ଆଇଏନଏସ୍ ମହୀଶୂର ଏବଂ ଆଇଏନଏସ୍ ରାଜପୁତର ଥ୍ରୀଡ଼ି ମଡେଲ ପ୍ରଦର୍ଶିତ ହେବ
୧୯୬୫, ୧୯୭୧ ଏବଂ ୧୯୯୯ କାର୍ଗିଲ୍ ଅପରେସନ୍ ବିଜୟକୁ ମଧ୍ୟ ପ୍ରଦର୍ଶିତ କରାଯିବ
କର୍ତ୍ତବ୍ୟ ପଥରେ ୩୦ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରାଯିବ
ଯେଉଁଥିରେ 17ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ 13ଟି ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ଅନ୍ତର୍ଭୁକ୍ତ
ସାଧାରଣତନ୍ତ୍ର ଦିବସରେ ସାମିଲ ହେବେ ୧୦ହଜାର ସ୍ବତନ୍ତ୍ର ଅତିଥି
ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କଠୋର ସୁରକ୍ଷା ପ୍ରୋଟୋକଲ କାର୍ଯ୍ୟକାରୀ କରାଯାଇଛି
ପରେଡ୍ ମାର୍ଗରେ ଏବଂ ଆଖପାଖ ଅଞ୍ଚଳରେ ଭିଡିଓ ଆନାଲିଟିକ୍ସ ଯନ୍ତ୍ର ଲଗାଯାଇଛି
ବିଭିନ୍ନ ସ୍ତରରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ଜଗିଛନ୍ତି ସୁରକ୍ଷା ବଳ
୩ହଜାରରୁ ଉର୍ଦ୍ଧ୍ବ ସିସିଟିଭି ଜରିଆରେ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଇଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/26/1-2026-01-26-07-39-24.jpg)