କନକ ବ୍ୟୁରୋ : ରାଜ୍ୟର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର କିଛି କିଛି ଅଞ୍ଚଳ‌ ଏବେ ବି ଥଣ୍ଡାରେ ଥରୁଛି। ଘୁ. ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରି ରେକର୍ଡ ହୋଇଛି। ଅନ୍ୟପଟେ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ବଢ଼ିଛି। ଆସନ୍ତାକାଲିଠାରୁ ରାଜ୍ୟରେ ରାତି ପାରଦସ୍ତର ଧୀରେ ଧୀରେ ବଢ଼ିବା ଆରମ୍ଭ ହେବ।  ଆସନ୍ତା ୪ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଆସନ୍ତାକାଲି ସକାଳୁ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ କୁହୁଡ଼ି ପଡ଼ିବ। ଦିନର ସର୍ବୋଚ୍ଚ ତାପମାତ୍ରା  ୩୨ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୪ ଡିଗ୍ରି ମଧ୍ୟରେ ରହିବ।

Advertisment

ଶୃଙ୍ଖଳା କବ୍‌ଜା କଲା ସୂର୍ଯ୍ୟ ସେନା, ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍‌ ପରାଜୟ