ଆଉ କିଛି ସମୟ ପରେ ଖୋଲିବ କାଉଣ୍ଟର,  ଗତକାଲି ସନ୍ଧ୍ୟାରୁ ଲାଗିଛି ଲମ୍ବା ଲାଇନ

Advertisment

ବାରବାଟୀରେ ଟିକେଟ ପାଇଁ ଅସମ୍ଭାଳ ଭିଡ଼ ପରେ ନାକେଦମ ପୁଲିସ

ବାରବାଟୀରେ ଟିକେଟ ପାଇଁ ଅସମ୍ଭାଳ ଭିଡ଼ ପରେ ନାକେଦମ ପୁଲିସ

Barabati Stadium

Barabati Stadium Photograph: (kanaknews)

କନକ ବ୍ୟୁରୋ:  ଆଉ କିଛି ସମୟ ପରେ ଖୋଲିବ କାଉଣ୍ଟର । ତା’ ପୂର୍ବରୁ ଲାଗିଛି କାଉଣ୍ଟର ଆଗରେ ଲମ୍ବା ଲାଇନ । ଟିକେଟ୍‌ ପାଇବା ୧୨ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିଛନ୍ତି ଫ୍ୟାନ। କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ ବିକ୍ରି ହେବ । ତେଣୁ ଟିକେଟ ମିଳିବ କି ନାହିଁ ତାହାକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି ।

 ଅଧିକ ପଢନ୍ତୁ:ବାରବାଟୀ ମ୍ୟାଚ୍ ପାଇଁ ସୁରକ୍ଷା କଡ଼ାକଡ଼ି ; ମୁତୟନ ହେବେ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ

ତେବେ ଗତକାଲି ସନ୍ଧ୍ୟାରୁ ଫ୍ୟାନ୍ ଟିକେଟ୍‌ ପାଇଁ ଷ୍ଟାଡିୟମ ବାହାରେ ଜମା ହୋଇଥିଲେ। ପରେ ସ୍ଥିତି ସାଂଘାତିକ ହୋଇଥିଲା ସ୍ଥିତି । ଦର୍ଶକଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସ ନକେଦମ ହୋଇଥିଲା। ତେବେ ଅସମ୍ଭାଳ ଭିଡ଼କୁ ନଜରରେ ରଖି ପୁଲିସ ଲୋକଙ୍କୁ ପର୍ଯ୍ୟାୟକ୍ରମେ ବ୍ୟାରିକେଡ୍‌ ଭିତରକୁ ଛାଡ଼ିଥିଲା । ଆଜି ମଧ୍ୟ ସମାନ ସ୍ଥିତି ଲାଗି ରହିଛି । କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼ ଜମିଥିବା ବେଳେ ଫ୍ୟାନଙ୍କ ଭିତରେ ଅସନ୍ତୋଷ ବି ଦେଖିବାକୁ ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe