କନକ ବ୍ୟୁରୋ: ଆଉ କିଛି ସମୟ ପରେ ଖୋଲିବ କାଉଣ୍ଟର । ତା’ ପୂର୍ବରୁ ଲାଗିଛି କାଉଣ୍ଟର ଆଗରେ ଲମ୍ବା ଲାଇନ । ଟିକେଟ୍ ପାଇବା ୧୨ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିଛନ୍ତି ଫ୍ୟାନ। କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ ବିକ୍ରି ହେବ । ତେଣୁ ଟିକେଟ ମିଳିବ କି ନାହିଁ ତାହାକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି ।
ଅଧିକ ପଢନ୍ତୁ:ବାରବାଟୀ ମ୍ୟାଚ୍ ପାଇଁ ସୁରକ୍ଷା କଡ଼ାକଡ଼ି ; ମୁତୟନ ହେବେ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ
ତେବେ ଗତକାଲି ସନ୍ଧ୍ୟାରୁ ଫ୍ୟାନ୍ ଟିକେଟ୍ ପାଇଁ ଷ୍ଟାଡିୟମ ବାହାରେ ଜମା ହୋଇଥିଲେ। ପରେ ସ୍ଥିତି ସାଂଘାତିକ ହୋଇଥିଲା ସ୍ଥିତି । ଦର୍ଶକଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସ ନକେଦମ ହୋଇଥିଲା। ତେବେ ଅସମ୍ଭାଳ ଭିଡ଼କୁ ନଜରରେ ରଖି ପୁଲିସ ଲୋକଙ୍କୁ ପର୍ଯ୍ୟାୟକ୍ରମେ ବ୍ୟାରିକେଡ୍ ଭିତରକୁ ଛାଡ଼ିଥିଲା । ଆଜି ମଧ୍ୟ ସମାନ ସ୍ଥିତି ଲାଗି ରହିଛି । କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼ ଜମିଥିବା ବେଳେ ଫ୍ୟାନଙ୍କ ଭିତରେ ଅସନ୍ତୋଷ ବି ଦେଖିବାକୁ ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/05/barabati-stadium-2025-12-05-07-27-03.png)