କନକବ୍ୟୁରୋ :  ରାଜ୍ୟରେ ନିର୍ମାଣ ହେବ ନୂତନ ମଡେଲ ଜିଲ୍ଲାପାଳ କାର୍ଯ୍ୟାଳୟ।  ଜିଲ୍ଲାପାଳ କାର୍ଯ୍ୟାଳୟରେ ଯୋଡି ହେବ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ । ଜିଲ୍ଲାରେ ରାଜସ୍ୱ ପ୍ରଶାସନିକ ୟୁନିଟ, ଜନସଂଖ୍ୟା, କାର୍ଯ୍ୟଭାରକୁ ବିଚାରକୁ ନେଇ ଜିଲ୍ଲାଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ  କରାଯାଇଛି ।  ବୃହତ, ମଧ୍ୟମ ଓ କ୍ଷୁଦ୍ର ଏପରି ୩ଟି ବର୍ଗରେ ଏହାକୁ ବିଭକ୍ତ କରାଯାଇଛି।  ବୃହତ ବର୍ଗରେ ସମ୍ବଲପୁର, ପୁରୀ, କେନ୍ଦୁଝର, କଟକ ଓ ମୟୂରଭଞ୍ଜ ଜିଲ୍ଲା ରହିଥିବା ବେଳେ ମଧ୍ୟମ ବର୍ଗରେ କନ୍ଧମାଳ, ରାୟଗଡା, ବାଲେଶ୍ଵର, ଯାଜପୁର, ବଲାଙ୍ଗୀର, ଖୋର୍ଧା, କାଳାହାଣ୍ଡି, ଭଦ୍ରକ, ବରଗଡ, କେନ୍ଦ୍ରାପଡା, କୋରାପୁଟ, ଅନୁଗୁଳ ନବରଙ୍ଗପୁର, ଢ଼େଙ୍କାନାଳ ଓ ଜଗତ ସିଂହପୁର ଜିଲ୍ଲା ରହିଛି । ସେହିପରି କ୍ଷୁଦ୍ର ବର୍ଗରେ ନୟାଗଡ଼, ମାଲକାନଗିରି, ନୁଆପଡା, ସୁବର୍ଣ୍ଣପୁର, ଝାରସୁଗୁଡା, ଗଜପତି, ବୌଦ୍ଧ, ଦେଓଗଡ଼ ଜିଲ୍ଲା ରହିଛି ।

Advertisment

ଅଧିକ ପଢନ୍ତୁ : ଓଡିଶାରୁ ତଡ଼ି ପାର ହେଲେଣି ୪୯ ବାଂଲାଦେଶୀ : ମୁଖ୍ୟମନ୍ତ୍ରୀ

 ଜିଲ୍ଲାପାଳ ଅଫିସର ମୋଟ କ୍ଷେତ୍ରଫଳ ଉପରେ ଆଧାର କରି ତିନି ପ୍ରକାରର କୋଠା ରହିବ ।  ବଡ଼ ଜିଲ୍ଲା ପାଇଁ ୧ଲକ୍ଷ ୭୦ହଜାର ବର୍ଗଫୁଟରେ ଜିଲ୍ଲାପାଳ କାର୍ଯ୍ୟାଳୟ ହେବ। ମଧ୍ୟମ ଜିଲ୍ଲା ପାଇଁ ୧ଲକ୍ଷ ୪୦ହଜାର ବର୍ଗଫୁଟ ଓ ଛୋଟ ଜିଲ୍ଲା ପାଇଁ ୧ଲକ୍ଷ ବର୍ଗଫୁଟ ଜମିରେ ନିର୍ମାଣ ହେବ ଜିଲ୍ଲାପାଳ କାର୍ଯ୍ୟାଳୟ। ସେହିପରି ଭୁବନେଶ୍ୱରରେ ନୂତନ ସ୍ୱତନ୍ତ୍ର ସର୍କିଟ୍ ହାଉସ୍, ଭୁବନେଶ୍ୱରରେ ରାଜସ୍ୱ ଭବନ ଏବଂ କଟକରେ ନୂତନ ରାଜସ୍ୱ ବୋର୍ଡ ଏବଂ ଆରଡିସି କୋଠା ନିର୍ମାଣ ହେବ।