କନକ ବ୍ୟୁରୋ: ଝାରସୁଗୁଡ଼ାର ଭାଷ୍କର ଟେକ୍ସଟାଇଲ୍ ମିଲ୍ ବା ବିଟିଏମ୍ ସୂତାକଳର ପୂନରୁଦ୍ଧାର ହେବ । ନିକଟରେ ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୧୯୬୪ରେ ସ୍ଥାପିତ ସୂତାକଳ କୌଣସି କାରଣରୁ ୧୯୯୭ରୁ ବନ୍ଦ ହୋଇଯାଇଥିଲା । ଏବେ ଭାଙ୍ଗିରୁଜି ବଣ ବୁଦାରେ ଭର୍ତ୍ତି ହୋଇଛି । ଅନେକ ଘର ଭୁଷୁଡ଼ିପଡ଼ିଛି । ଏହାର ପୁନରୁଦ୍ଧାର ନେଇ ଘୋଷଣା କରିଛନ୍ତି ମନ୍ତ୍ରୀ ସମ୍ପଦ ସ୍ବାଇଁ । ଏଠାରେ ଏକ ଶିଳ୍ପାଞ୍ଚଳ ପାର୍କ କିମ୍ବା ସେମିକଣ୍ଡକ୍ଟର କାରଖାନା କରିବା ଲକ୍ଷ୍ୟ ଥିବା କହିଛନ୍ତି ମନ୍ତ୍ରୀ ।
ଆସିକା ସୂତାକଳ ପଛର ଅକୁହା କାହାଣୀ: କାରଖାନା ବନ୍ଦ ହୋଇଯିବା ପରେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି କର୍ମଚାରୀ
ସୂତାକଳ ବନ୍ଦ ହେବା ବେଳକୁ ଅନେକ ଶ୍ରମିକଙ୍କ ପାଉଣା ବାକିଥିଲା । ସମସ୍ତ ଟଙ୍କା ପୈଠ କଲେ ହିଁ ନୂତନ ଶିଳ୍ପ ପାଇଁ ଜାଗା ଛାଡ଼ିବେ ବୋଲି କହିଛନ୍ତି ଲୋକେ। ଅନ୍ୟପଟେ ବିଟିଏମ୍ ସ୍ଥିତ କୋଲନୀର ଅଧିକାଂଶ ଘର ଭାଙ୍ଗିଗଲାଣି । ନୂଆ ଘର ସ୍ଥାପନ କରାଗଲେ ନୂତନ କମ୍ପାନୀକୁ ଜାଗା ଦିଆଯିବ ବୋଲି କହିଛନ୍ତି ପୁରୁଣା କର୍ମଚାରୀ । ସୂତା କଳର ପୁନଃଉଦ୍ଧାର ହେଲେ ଝାରସୁଗୁଡ଼ାର ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ଘଟିବ । ହେଲେ ନୂତନ କାରଖାନା ପାଇଁ ଜମି ଅଧିଗ୍ରହଣ ଏକ ମୁଖ୍ୟ ସମସ୍ୟା ପାଲଟିପାରେ ।
ଭୂତକୋଠି ପାଲଟିଛି ଆସିକା ସୂତାକଳ। ନଷ୍ଟ ହେଲାଣି କାରଖାନାର ମୂଲ୍ୟବାନ ଯନ୍ତ୍ରପାତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/24/textile-mill-2025-10-24-19-48-21.jpg)