ବଢ଼ିବ ପୁରୀ ସହରର କଳେବର;ମହାନଗର ନିଗମ ପାଇଁ ପ୍ରକ୍ରିୟା ଆରମ୍ଭ

ପ୍ରସ୍ତାବିତ ମହାନଗର ନିଗମରେ ମିଶିବାକୁ ଥିବା ରାଜସ୍ବ ଗାଁ ଗୁଡିକର ତାଲିକା ନଗର ଉନ୍ନୟନ ବିଭାଗକୁ ପ୍ରଦାନ କରିଛି ପୁରୀ ପୌରସଂସ୍ଥା । ପୁରୀ ମହାନଗର ନିଗମ ହେଲେ, କେଉଁ ରାଜସ୍ବ ଗାଁ ଏଥିରେ ସାମିଲ୍ ହେବ, ସେନେଇ ପ୍ରକ୍ରିୟା ଆରମ୍ଭ କରିଛି ପୁରୀ ପୌରସଂସ୍ଥା ।

Puri

Puri Photograph: (kanak news)

କନକ ବ୍ୟୁରୋ: ଆଉ ପାଦେ ଆଗେଇଲା ପୁରୀ ପୌରସଂସ୍ଥା । ପୁରୀ ମହାନଗର ନିଗମ ପାଇଁ ତ୍ବରାନ୍ୱିତ ହେଲା ପ୍ରକ୍ରିୟା । ପ୍ରସ୍ତାବିତ ମହାନଗର ନିଗମରେ ମିଶିବାକୁ ଥିବା ରାଜସ୍ବ ଗାଁ ଗୁଡିକର ତାଲିକା ନଗର ଉନ୍ନୟନ ବିଭାଗକୁ ପ୍ରଦାନ କରିଛି ପୁରୀ ପୌରସଂସ୍ଥା । ପୁରୀ ମହାନଗର ନିଗମ ହେଲେ, କେଉଁ ରାଜସ୍ବ ଗାଁ ଏଥିରେ ସାମିଲ୍ ହେବ, ସେନେଇ ପ୍ରକ୍ରିୟା ଆରମ୍ଭ କରିଛି ପୁରୀ ପୌରସଂସ୍ଥା । ବ୍ରହ୍ମଗିରି ବ୍ଲକ୍‌ର ଗୋଟିଏ ଓ ପୁରୀ ସଦର ବ୍ଲକ୍‌ର ୮ଟି ପଞ୍ଚାୟତ ସାମିଲ ହେବାକୁ ରହିଛି । ବ୍ରହ୍ମଗିରି ଗୋରୁଆଳ ପଞ୍ଚାୟତର ସିପସରୁବାଲି ରାଜସ୍ବ ଗ୍ରାମ ପୁରୀ ମହାନଗର ନିଗମରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି । ସେହିପରି ସଦର ବ୍ଲକର ବାଲିଗୁଆଳି, ସମଗରା, ବେଲଦଳ, ଗୋପୀନାଥପୁର, କାଶୀହରିପୁର, ବୀରହରେକୃଷ୍ଣପୁର, ସମଙ୍ଗ ଓ ଶାସନ ଦାମୋଦରପୁର ପଞ୍ଚାୟତ ଏହି ତାଲିକାରେ ରହିଛି । ଲୋକଙ୍କ ମତାମତ ଗ୍ରହଣ କରାଯିବ ଏବଂ ଅଭିଯୋଗ ଶୁଣାଣି ହେବ ।

କଳେବର ବଢ଼ିବା ପୂର୍ବରୁ ପୁରୀ ସହରର ପବିତ୍ରତାକୁ ବଜାୟ ରଖିବା ଦରକାର । ଏଥିପାଇଁ ଆବଶ୍ୟକ ତଥ୍ୟ ଯୋଗାଇ ଦେଇଛି ପୁରୀ ପୌରସଂସ୍ଥା । ପଞ୍ଚାୟତ ରିଜୋଲ୍ୟୁସନରେ ବିଳମ୍ୱ ଯୋଗୁଁ ଏହି ପ୍ରକ୍ରିୟା ଆଗେଇ ପାରୁ ନଥିଲା । ନଗର ଉନ୍ନୟନ ବିଭାଗକୁ ରାଜସ୍ବ ଗାଁ ଗୁଡିକର ତାଲିକା ଦେବା ପରେ ପାଦେ ଆଗକୁ ବଢିଛି ପୁରୀ ମ୍ୟୁନିସିପାଲଟି । ପୁରୀ ମହାନଗର ନିଗମ ହେବ ବୋଲି ଗତ ଜୁଲାଇ ମାସରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ହେଲେ ୪୦ରୁ ଅଧିକ ରାଜସ୍ବ ଗାଁକୁ ମିଳିବ ଫାଇଦା ।

ଅଧିକ ପଢ଼ନ୍ତୁ--ରାଞ୍ଚି ପରେ ରାୟପୁର..କିଙ୍ଗ୍‌ କୋହଲିଙ୍କ ବ୍ୟାକ୍‌ ଟୁ ବ୍ୟାକ୍‌ ଶତକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe