Photograph: (kanak news)
କନକ ବ୍ୟୁରୋ : ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଏହି ଯୋଜନାର ଘୋଷଣା ପରେ ଏହା ପଥମ ଥର ପାଇଁ ଗଞ୍ଜାମ ପିଠରୁ ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗଞ୍ଜାମର ମାଆ ତାରାତାରିଣୀଙ୍କ ପୀଠରୁ ଏହାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟସ ପର୍ୟ୍ୟନ୍ତ ଝିଅ ଓ ୨୧ରୁ ୩୫ ବର୍ଷ ପର୍ୟ୍ୟନ୍ତ ପୁଅ ସାମିଲ ହୋଇପାରିବେ । ୬୦ ହଜାର ଟଙ୍କା ଲେଖାଏଁ ଲାଭାର୍ଥୀଙ୍କୁ ଦିଆଯିବ। ମା’ ତାରାତାରିଣୀ ପୀଠରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ଼ରେ ମୁଖ୍ୟମନ୍ତ୍ରୀ ଦିନ ସାଢେ ୧୧ଟାରେ ପହଞ୍ଚି ଏହି ଯୋଜନାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଆହୁରି ପଢନ୍ତୁ :ଅବସର ପରେ ସରକାରୀ କ୍ବାର୍ଟର ଦଖଲ ଅନୁଚିତ : ହାଇକୋର୍ଟଙ୍କ କଡା ରାୟ
Follow Us