କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ। ଆଜି ମୋଦୀଜୀଙ୍କ ନେତୃତ୍ବରେ ଦେଶ ଆଗେଇ ଚାଲିଛି। ତାଙ୍କର ସବକା ସାଥ୍ ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ ନୀତିକୁ ଆପଣାଇ ଦେଶ ଅଗ୍ରଗତି ପଥରେ ଚାଲିଛି ।  ଦେଶରୁ ୨୫ କୋଟି ଲୋକ ଗରିବୀରୁ ଉପରକୁ ଉଠିଛନ୍ତି। ଆଜି କଟକଠାରେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ପତାକା ଉଡାଇବା ପରେ ଉଦବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ଆମ ସରକାର ଲୋକଙ୍କ ହିତ ପାଇଁ କାମ କରୁଛି। ଆମ ସରକାର ସବୁବେଳେ ଆପଣଙ୍କ ପାଖରେ ଠିଆ ହୋଇଛନ୍ତି । 

Advertisment

ଅଧିକ ପଢନ୍ତୁ... ପାକିସ୍ତାନର ଚକ୍ରାନ୍ତ ପଣ୍ଡ: ଅନୁପ୍ରବେଶକାରୀଙ୍କୁ ହତ୍ୟା କଲେ ବିଏସ୍‌ଏଫ୍‌ ଯବାନ

ଏବେ ଚାଷୀମାନଙ୍କ ବାର୍ଷିକ ଆୟ ପୂର୍ବାପେକ୍ଷା ଅଧିକ ହୋଇ ଏବେ ୬୧ ହଜାର ଟଙ୍କାରେ ପହଞ୍ଚିଛି। ଆମ ସରକାର ଯୁବ, ଚାଷୀ, ମହିଳା ଓ ଗରିବଙ୍କ ପାଇଁ କାର୍ଯ୍ୟ କରୁଛି। ଶିଳ୍ପ କ୍ଷେତ୍ରରେ ଆମ ଓଡ଼ିଶା ଆଗକୁ ଯାଉଛି। ରାଜ୍ୟରେ ୩୫ ହଜାର ନୂତନ ନିଯୁକ୍ତି ଲାଗି ପରିବେଶ ସୃଷ୍ଟି ହୋଇଛି। ଓଡ଼ିଶାରେ ଆଗାମୀ ଦିନରେ ଅଭୂତପୂର୍ବ ଶିଳ୍ପାୟନ ହେବାକୁ ଯାଉଛି। ଏନେଇ ମୁଁ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତ କରିବାକୁ ଚାହୁଁଛି। ଆମ ସରକାର ‘ସୁଭଦ୍ରା ଭଳି ଅନେକ ନାରୀକୈନ୍ଦ୍ରିକ ଯୋଜନାର ସଫଳ ରୂପାୟନ କରିଛନ୍ତି।

ମହିଳା ବିରୋଧୀ ହିଂସାର ଓଡ଼ିଶାରେ ସ୍ଥାନ ନାହିଁ। ଯେଉଁମାନେ ଏଥିରେ ଲିପ୍ତ ସେମାନଙ୍କ ଠିକଣା ଜେଲ୍। ମହିଳାଙ୍କ ବିରୋଧରେ ଅତ୍ୟାଚାରକୁ ବରଦାସ୍ତ କରାଯିବନି। ମହିଳାଙ୍କ ସୁରକ୍ଷା ପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ। ଠିକ୍ ସେହିପରି ଦୁର୍ନୀତିଗସ୍ତଙ୍କ ସ୍ଥାନ ବି ଜେଲରେ ବୋଲି କହି ଅଧିକାରୀମାନଙ୍କୁ କଡ଼ା ଚେତାବନୀ ‌ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆମ ସରକାର ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାର୍ଯ୍ୟ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।