ଆଉ ଶୁଭୁନି ଠକ୍‌ ଠକ୍‌ ଶଦ୍ଦ, ଦିନକୁ ଦିନ ଲୋପ ପାଇବାକୁ ବସିଲାଣି କୌଳିକ ବୃତି

Advertisment

ଦା’, କଟୁରୀର ସ୍ଥାନ ନେଇଛି ଆଧୁନିକ ସରଞ୍ଜାମ । ବେଉସା ହରାଉଛନ୍ତି କଟକ ଆଠଗଡ଼ର କମାର ପରିବାର । ବୁଡ଼ିଯାଉଛି କୌଳିକ ବୃତ୍ତି ।

ଦା’, କଟୁରୀର ସ୍ଥାନ ନେଇଛି ଆଧୁନିକ ସରଞ୍ଜାମ । ବେଉସା ହରାଉଛନ୍ତି କଟକ ଆଠଗଡ଼ର କମାର ପରିବାର । ବୁଡ଼ିଯାଉଛି କୌଳିକ ବୃତ୍ତି ।

Athagarh

Athagarh Photograph: (KanakNews)

କନକ ବ୍ୟୁରୋ; ବୁଡ଼ି ଯାଉଛି କୌଳିକ ବୃତି । ଦିନକୁ ଦିନ ଲୋପ ପାଇବାକୁ ବସିଲାଣି କୌଳିକ ବୃତି । କୌଳିକ ବୃତି କରି ପରିବାର ପ୍ରତିପୋଷଣ କରୁଥିଲେ ଡମ୍ବରୁଧର ବିନ୍ଧାଣି । କାମ ନଆସିବାରୁ ଚିନ୍ତାରେ ବିନ୍ଧାଣି ପରିବାର ।  ଠକ୍‌ ଠକ୍‌ ଶବ୍ଦ ଶୁଭୁଛି । କମାରଶାଳରେ ଲୁହାକୁ ତତେଇ ବିଭିନ୍ନ ହତିଆରକୁ ପଜାଇବାରେ ବ୍ୟସ୍ତ କାରିଗର । ଦାଆ, କଟୁରୀ, ଟାଙ୍ଗିଆ, ଶାବଳ, ଲଙ୍ଗଳ ଲୁହା ସମସ୍ତ ପ୍ରକାର ଜିନିଷ ଶାଳକୁ ଆସେ । ଆଠଗଡ଼ ବ୍ଲକ ଗୋବରା ପଞ୍ଚାୟତ ଯୋସନ୍ଧା ଗାଁର ଡମ୍ବରୁଧର ବିନ୍ଧାଣୀଙ୍କ ପରିବାର ୧୯୮୦ରୁ ଏହି କାମ କରିଆସୁଛନ୍ତି । କିନ୍ତୁ ଧୀରେଧୀରେ ଆଧୁନିକ ଯୁଗରେ ଟ୍ରାକ୍ଟର୍‌ରେ ଚାଷ ହେବାରୁ ଶାଳ ଆଉ ଆଗ ପରି କାମରେ ଆସୁନି । ଶାଳରୁ ଯାହା କିଛି ରୋଜଗାର ହେଉଛି, ସେଥିରେ ପରିବାର ଚଳିବା କଷ୍ଟକର ହୋଇପଡ଼ୁଛି ।

 ଅଧିକ ପଢନ୍ତୁ:ସୁବର୍ଣ୍ଣପୁର ଦେଉଳପଦର ଗାଁର ୧୨ପରିବାର ତିଆରି କରୁଛନ୍ତି ପାରମ୍ପରିକ ବାଦ୍ୟଯନ୍ତ୍ର। କୌଳିକ ବୃତି ବଞ୍ଚାଇ ରଖିବାକୁ କାରିଗରଙ୍କ ପ୍ରୟାସ।

ଶାଳ କାମ ଉପରେ ଆଠଗଡ ବ୍ଳକର ଗୁରୁଡ଼ିଝାଟିଆ, ଗୋବରା, ଛଗାଁ, ଓରନ୍ଦା ଭଳି ଅନେକ ଗାଁ ନିର୍ଭର କରିଥାନ୍ତି । ଆଜିର ଦିନରେ କମାର ଶଳରୁ ଦିନକୁ ୫୦୦ ଟଙ୍କା ରୋଜଗାର ବି କଷ୍ଟକର । କୌଳିକ ବୃତ୍ତି ଲୋପ ପାଉଥିବା ବେଳେ କେମିତି ପରିବାର ଚଳିବ ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।  କିଛି ସରକାରୀ ସହାୟତା ମିଳିଲେ ଡମ୍ବରୁଧରଙ୍କ ପରିବାର ଉପକୃତ ହୋଇପାରିବେ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe