ମିଳୁନି ସରକାରୀ ପ୍ରୋତ୍ସାହନ, କୌଳିକ ବୃତିରୁ ମୁହଁ ଫେରାଇ ନେଉଛନ୍ତି ବାଉଁଶ କାରିଗର

135

କନକ ବ୍ୟୁରୋ : ସରକାରୀ ସହାୟତା ଏବଂ ପ୍ରୋତ୍ସାହନ ଅଭାବରୁ ଏବେ ନିଜ କୌଳିକ ବୃତିରୁ ମୁହଁ ଫେରାଇ ନେଉଛନ୍ତି ବାଉଁଶ କାରିଗର । ଦିନକୁ ଦିନ ଲୋପପାଇବାକୁ ବସିଛି ବାଉଁଶ କାରିଗରୀ କୌଶଳ । ବାଉଁଶର ଅଭାବ ସାଙ୍ଗକୁ ଅତ୍ୟଧିକ ଦାମ୍ ପାଇଁ ବାଧକ ସାଜିଛି ବାଉଁଶ କାରିଗରଙ୍କ ପାଇଁ । ନିଜସ୍ୱ ସ୍ୱଳ୍ପ ଅର୍ଥରେ ବାଉଁଶ କିଣି ସମାଗ୍ରୀ ପ୍ରସ୍ତୁତ କରିବା ଏବେ କଷ୍ଟସାଧ୍ୟ ହୋଇ ପଡିଛି ଏମାନଙ୍କ ପାଇଁ । ଫଳରେ ନିଜ କୌଳିକ ବୃତିକୁ ଛାଡି ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ ମନ ବଳାଇଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବେତ୍ରା ସଂପ୍ରଦାୟ ଲୋକେ ।

ବୌଦ୍ଧ ହରଭଙ୍ଗା ବ୍ଲକର ବେତ୍ରା ସଂପ୍ରଦାୟର ଲୋକେ । ଏମାନଙ୍କ କୂଳ ବେଉସା ବାଉଁଶରେ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିବା । ହେଲେ ଏବେ ଲୋପ ପାଇବାକୁ ବସିଛି ଏମାନଙ୍କ କୌଳିକ ବୃତି । ବେଉସା ବଂଚାଇବା ପାଇଁ କଂଚାମାଲର ଅଭାବ ଓ ଅର୍ଥ ସାଜିଛି ବାଧକ । ବାଉଁଶର ଅତ୍ୟଧିକ ଦାମ୍ ଯୋଗୁଁ ସ୍ୱଳ୍ପ ଅର୍ଥରେ ବାଉଁଶ କିଣି ସାମଗ୍ରୀ ପ୍ରସ୍ତୁତ କରିବା ଏମାନଙ୍କ ପାଇଁ କଷ୍ଟକର ହୋଇ ପଡିଛି । ଫଳରେ ନିଜ କୌଳିକ ବୃତିକୁ ଛାଡି ଏବେ ଦାଦନ ଖଟିବାକୁ ମନ ବଳାଇଛନ୍ତି ବାଉଁଶ କାରିଗର ।

ବାଉଁଶ ପାତିଆରେ କୁଲା, ଟୋପା, ଡାଲା, ଝୁଡି, ଏବଂ ଭିନ୍ନ ଭିନ୍ନ ଘର ସଜା ସାମଗ୍ରୀ ବନାଇଥାନ୍ତି ବାଉଁଶ କାରୀଗର । ଗୋଟିଏ କୁଲା ପାଇଁ ଦୁଇ ଦିନ ସମୟ ଲାଗିଥାଏ । ହେଲେ ତାଙ୍କ ପରିଶ୍ରମର ଉପଯୁକ୍ତ ଅର୍ଥ ମିଳୁନଥିବା ଅଭିଯୋଗ କରିଛନ୍ତି କାରୀଗରମାନେ । ସେପଟେ କାରୀଗରଙ୍କୁ ଚିହ୍ନଟ କରାଯାଇଛି । ପ୍ରସ୍ତାବ ବି ଦିଆଯାଇଛି ଅର୍ଥ ଆସିଲେ ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ।

ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ବଢୁଥିବାରୁ ଏହାର ପ୍ରଭାବ ବାଉଁଶ କାରିଗରଙ୍କ ଉପରେ ପଡୁଛି । ଯଦି ସରକାର ଏଦିଗରେ ସଠିକ୍ ପଦକ୍ଷେପ ନେବେ ତେବେ ଲୁପ୍ତ ହେବାକୁ ବସିଥିବା କୁଳ ବେଉସା ବଂଚାଇ ଯାଇ ପାରନ୍ତା ।