କନକ ବ୍ୟୁରୋ; ବୁଡ଼ି ଯାଉଛି କୌଳିକ ବୃତି । ଦିନକୁ ଦିନ ଲୋପ ପାଇବାକୁ ବସିଲାଣି କୌଳିକ ବୃତି । କୌଳିକ ବୃତି କରି ପରିବାର ପ୍ରତିପୋଷଣ କରୁଥିଲେ ଡମ୍ବରୁଧର ବିନ୍ଧାଣି । କାମ ନଆସିବାରୁ ଚିନ୍ତାରେ ବିନ୍ଧାଣି ପରିବାର । ଠକ୍ ଠକ୍ ଶବ୍ଦ ଶୁଭୁଛି । କମାରଶାଳରେ ଲୁହାକୁ ତତେଇ ବିଭିନ୍ନ ହତିଆରକୁ ପଜାଇବାରେ ବ୍ୟସ୍ତ କାରିଗର । ଦାଆ, କଟୁରୀ, ଟାଙ୍ଗିଆ, ଶାବଳ, ଲଙ୍ଗଳ ଲୁହା ସମସ୍ତ ପ୍ରକାର ଜିନିଷ ଶାଳକୁ ଆସେ । ଆଠଗଡ଼ ବ୍ଲକ ଗୋବରା ପଞ୍ଚାୟତ ଯୋସନ୍ଧା ଗାଁର ଡମ୍ବରୁଧର ବିନ୍ଧାଣୀଙ୍କ ପରିବାର ୧୯୮୦ରୁ ଏହି କାମ କରିଆସୁଛନ୍ତି । କିନ୍ତୁ ଧୀରେଧୀରେ ଆଧୁନିକ ଯୁଗରେ ଟ୍ରାକ୍ଟର୍ରେ ଚାଷ ହେବାରୁ ଶାଳ ଆଉ ଆଗ ପରି କାମରେ ଆସୁନି । ଶାଳରୁ ଯାହା କିଛି ରୋଜଗାର ହେଉଛି, ସେଥିରେ ପରିବାର ଚଳିବା କଷ୍ଟକର ହୋଇପଡ଼ୁଛି ।
ଶାଳ କାମ ଉପରେ ଆଠଗଡ ବ୍ଳକର ଗୁରୁଡ଼ିଝାଟିଆ, ଗୋବରା, ଛଗାଁ, ଓରନ୍ଦା ଭଳି ଅନେକ ଗାଁ ନିର୍ଭର କରିଥାନ୍ତି । ଆଜିର ଦିନରେ କମାର ଶଳରୁ ଦିନକୁ ୫୦୦ ଟଙ୍କା ରୋଜଗାର ବି କଷ୍ଟକର । କୌଳିକ ବୃତ୍ତି ଲୋପ ପାଉଥିବା ବେଳେ କେମିତି ପରିବାର ଚଳିବ ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। କିଛି ସରକାରୀ ସହାୟତା ମିଳିଲେ ଡମ୍ବରୁଧରଙ୍କ ପରିବାର ଉପକୃତ ହୋଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/24/athagarh-2026-01-24-18-50-13.png)