କନକ ବ୍ୟୁରୋ : ବିପଦ ସଙ୍କୁଳ ଅବସ୍ଥାରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ତୁର୍କେଲ ସେତୁ । ଗତ ବର୍ଷାରେ ପୋଲଟି ଦବି ଯାଇଛି । ବିଭିନ୍ନ ସ୍ଥାନରେ ଫାଟ । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲକୁ ବନ୍ଦ କରିଦେଲା ପୂର୍ତ୍ତ ବିଭାଗ । ହେଲେ ୪ ମାସ ପରେ ବି ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଏପରିକି ବିକଳ୍ପ ଅସ୍ଥାୟୀ ରାସ୍ତାଟିଏ ବି ନାହିଁ । ଯାହାକୁ ନେଇ ତାତିଛନ୍ତି ତୁର୍କେଲ ସେତୁକୁ ଭରସା କରୁଥିବା ଲୋକେ ।
ଲୁହା ଶିକୁଳିରୁ ମୁକୁଳିବେ ପାରାଦୀପର ଜ୍ୟୋତ୍ସ୍ନା, ସହଯୋଗର ହାତ ବଢ଼ାଇଲେ ସମାଜସେବୀ ସ୍ନେହମୟୀ
ପୋଲରେ ଗମନାଗମନ ବନ୍ଦ ଥିବାରୁ ଯାତାୟାତରେ ସମସ୍ୟା ଭୋଗୁଛନ୍ତି ୨ ଜିଲ୍ଲାର ଲୋକ । ଛାତ୍ରଛାତ୍ରୀ ସ୍କୁଲ୍ କଲେଜ ଯାଇପାରୁନାହାନ୍ତି । ଡାକ୍ତରଖାନା ଓ ଅନ୍ୟାନ୍ୟ କାମ ପାଇଁ ଅଧିକ ବାଟ ବୁଲାଣି ପଡ଼ୁଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବି ହାତ ବାନ୍ଧି ବସିଛି ପୂର୍ତ୍ତ ବିଭାଗ । ତେଣୁ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ଜନତା । ତୁରନ୍ତ ତୁର୍କକେଲ ବ୍ରିଜ୍ର ମରାମତି କରିବା ସହ ଯାତାୟାତ ପାଇଁ ଅସ୍ଥାୟୀ ରାସ୍ତାଟିଏ କରିବାକୁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/21/39-2025-11-21-17-53-16.jpg)