Nuapada Election Photograph: (KanakNews)
କନକ ବ୍ୟୁରୋ: ରାତି ପାହିଲେ ନୂଆପଡ଼ା ଫଳାଫଳ ଆସିବ । ନୂଆପଡାବାସୀ କାହାକୁ ଭରସା କଲେ, କାହାକୁ ରିଜେକ୍ଟ କଲେ ସ୍ପଷ୍ଟ ହୋଇଯିବ। କିନ୍ତୁ ଏହା ପୂର୍ବରୁ ତେଜିଛି ରାଜନୀତି ବୟାନବାଜି । ବିଜେପି ବଡ ମାର୍ଜିନରେ ଜିତିବ ବୋଲି ଦାବି କରୁଥିବାବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ଭୋଟ୍ ଚୋରି ଅଭିଯୋଗ ଆଣିଛନ୍ତି । ଫଳାଫଳ ପୂର୍ବରୁ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜୟଙ୍କ ଏହି ପୋଷ୍ଟ ଚର୍ଚ୍ଚାର ବିଷୟ ହୋଇଛି ।
ଅଧିକ ପଢନ୍ତୁ : ଷ୍ଟ୍ରଙ୍ଗରୁମରେ ଇଭିଏମ୍, ଟେନସନରେ ନେତା, ବାଜିମାତକୁ ନେଇ ପରସ୍ପର ମଧ୍ୟରେ ବାଜି ମରାମରି
ସେ ବିଜୟ ନେଇ ପୂର୍ଣ୍ଣ ଆଶାବାଦୀ ଥିବା ସ୍ପଷ୍ଟ ହେଉଛି । ଜୟଙ୍କ ଏହି ଧନ୍ୟବାଦକୁ ଖୋରାକ୍ ଯୋଗାଇଛି ଶାସକ ଦଳ ନେତାଙ୍କ ଦମ୍ଭୋକ୍ତି । ସେପଟେ ଗତକାଲି ୧୦ହଜାର ଭୋଟ୍ ବ୍ୟବଧାନ କଥା କହୁଥିବା ବିଜେଡି ଆଜି ଭୋଟି ଚୋରି ଅଭିଯୋଗ ଆଣିଛି । ଜନାଦେଶ ନୁହେଁ ଯନ୍ତ୍ରାଦେଶ କହି କଟାକ୍ଷା କରିଛନ୍ତି ବିଜେଡି ନେତା। କଂଗ୍ରେସ ମଧ୍ୟ ଭୋଟ୍ ଚୋରିର ଅଭିଯୋଗ ଆଣିଛି ।
ଅଧିକ ପଢନ୍ତୁ : ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ପ୍ରସ୍ତୁତି ଚୂଡାନ୍ତ: ଅପରାହ୍ନ ସୁଦ୍ଧା ଆସିବ ଫଳାଫଳ
ନେତାଙ୍କ ବୟାନବାଜି ଭିତରେ ନୂଆପଡ଼ାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ଏପଟେ ନୂଆପଡା ଫଳାଫଳକୁ ନେଇ ଆକଳନ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । କହିଛନ୍ତି, ନୂଆପଡ଼ାରେ ସବୁ ଦଳର ଭୋଟ୍ ବିଭାଜନ ହୋଇଛି । ଯିଏ ଜିତିବ ବଡ ମାର୍ଜିନରେ ନୁହେଁ ଅଳ୍ପ ବ୍ୟବଧାନରେ ଜିତିବ । ସରକାର ବଦଳିବା ପରେ ଏହା ପ୍ରଥମ ନିର୍ବାଚନ ହୋଇଥିବାରୁ ସବୁ ପ୍ରମୁଖ ଦଳ ପାଇଁ ଏହା ବେଶ୍ ଗୁରୁତ୍ବପୂର୍ଣ୍ଣ । ଫଳାଫଳରୁ ଶାସକ ଦଳର ଲୋକପ୍ରିୟତାର ପ୍ରମାଣ ମିଳିବ । ନବୀନ ପଟ୍ଟନାୟକଙ୍କ କ୍ରେଜ୍ କମିଛି ନା କାଏମ ରହିଛି ତାହା ମଧ୍ୟ ଜଣାପଡିବ। ଭକ୍ତଙ୍କ ପାଇଁ ମଧ୍ୟ ଏସିଡ୍ ଟେଷ୍ଟ ହେବ । ଆଉ ଫଳାଫଳ ଯାହା ସପକ୍ଷରେ ଯିବ, ତା ପାଇଁ ଆଗାମି ପଂଚାୟତ ନିର୍ବାଚନରେ ଏହା ବୁଷ୍ଟର ହୋଇପାରେ ।
Follow Us