କନକ ବ୍ୟୁରୋ :ନୂଆପଡ଼ାରେ ବମ୍ପର ଭୋଟିଂ ପରେ କିଏ ଜିତିବ ବାଜି ? ସବୁ ଦଳର ନେତା କହୁଛନ୍ତି ଆମେ ଜିତିବୁ ନୂଆପଡ଼ା । ଗଣତି ପୂର୍ବରୁ କେତେ ଭୋଟରେ ଜିତିବେ ସେ ନେଇ ଦମ୍ଭୋକ୍ତି ଦେଖାଉଛନ୍ତି । କିନ୍ତୁ ଏଥର ଯେଉଁ ଟ୍ରେଣ୍ଡ ଦେଖିବାକୁ ମିଳିଛି ତାକୁ ନେଇ ଆଶଙ୍କାରେ ରହିଛନ୍ତି । 

Advertisment

ଯେଉଁ ନିର୍ବାଚନ ରାଜ୍ୟ ରାଜନୀତିକୁ ବଡ ସଂକେତ ଦେବ । ସେହି ନିର୍ବାଚନରେ ଯେତେବେଳେ ସବୁ ରେକର୍ଡକୁ ଭାଂଗି ମତଦାନ ହୋଇଛି, ସେତେବେଳେ ନେତା ଅଙ୍କ କଷିବା ଆରମ୍ଭ କରି ଦେଇଛନ୍ତି । କାହା ପେଡିକୁ କେତେ ଭୋଟ୍ ଆସିବ ସେ ନେଇ ବାଜି ମାରିଛନ୍ତି । ଦମ୍ଭୋକ୍ତି ଦେଖାଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି , ୪୦ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ବିଜୟୀ ହେବେ । ବିଜେଡି ନେତ୍ରୀ କାଉଣ୍ଟର କରି କହିଛନ୍ତି, ଯଦି ସବୁ ଠିକଠାକ୍ ହୁଏ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୧୦ ହଜାର ଭୋଟ୍ ବ୍ୟବଧାନରେ ଜିତିବେ । କଂଗ୍ରେସ ସଂଖ୍ୟା କହିନଥିଲେ ବି ନୂଆପଡାରେ ବାଜିମାତ କରିବ ବୋଲି ଦାବି କରିଛି । 

ନୂଆପଡ଼ାରେ ବମ୍ପର ଭୋଟିଂ ; ଇଭିଏମରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

 ଜିତାପଟକୁ ନେଇ ନେତାଙ୍କ ଭିତରେ ଅଙ୍କକଷା ଚାଲିଥିବାବେଳେ ନୂଆପଡ଼ା ନ୍ୟାସନାଲ କଲେଜ ଷ୍ଟ୍ରଙ୍ଗରୂମରେ ରହିଛି ଇଭିଏମ । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ଇଭିଏମ ଓ ଭିଭିପାଟ ମେସିନ । ଭିତରେ ଜଗିଛନ୍ତି ବିଏସଏଫର ଗୋଟିଏ କମ୍ପାନୀ ଫୋର୍ସ  । କଲେଜ କ୍ୟାମ୍ପସ ବାହାରେ ପହରା ଦେଉଛି ପୁଲିସ୍ ।

ନୂଆପଡ଼ାକୁ ନେଇ ଭୁବନେଶ୍ବର ରାଜନୀତି ଉଷ୍ଣ,  ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଚଳଚଞ୍ଚଳ

ଚଳିତ ଉପନିର୍ବାଚନରେ ନୂଆପଡାର ୮୩.୪୫ ପ୍ରତିଶତ ଭୋଟର ମତଦାନ କରିଛନ୍ତି । ଏତେ ସଂଖ୍ୟାରେ ଭୋଟର ଭୋଟ ଦେବା ପରେ ସମସ୍ତେ ଦ୍ବନ୍ଦ୍ବରେ ଅଛନ୍ତି । ତେବେ ନୂଆପଡ଼ାର ଭୋଟର କାହାକୁ ଭରସା କଲେ, କାହାକୁ ରିଜେକ୍ଟ କଲେ ତାହା ଜାଣିବା ପାଇଁ ଆହୁରି ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ ।