କନକ ବ୍ୟୁରୋ : ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସୀମା ବିବାଦ ଏକ ଘାତକ ଯୁଦ୍ଧରେ ପରିଣତ ହୋଇଛି । ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରୁଛନ୍ତି । ରିପୋର୍ଟ ଅନୁଯାୟୀ, ଥାଇ ବାୟୁସେନା କାମ୍ବୋଡିଆ ଅଞ୍ଚଳ ମଧ୍ୟରେ ଅବସ୍ଥିତ ଏକ କାସିନୋ ଉପରେ ପ୍ରବଳ ବୋମାମାଡ଼ କରିଛି । ଏହି ବିମାନ ଆକ୍ରମଣ ଘାତକ ଥାଇ ଏଫ-୧୬ ଲଢ଼ୁଆ ବିମାନ ବ୍ୟବହାର କରି କାସିନୋକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିବା ଜଣାପଡ଼ିଛି । ନିକଟବର୍ତ୍ତୀ ଏକ ଗାଁର ଗ୍ରାମବାସୀଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଏହି ଭୟଙ୍କର ବିସ୍ଫୋରଣର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ମୋ ପାଇଁ ଆସାମର ବିକାଶ ଏକ ଜରୁରୀ ଆବଶ୍ୟକତା ଓ ଏକ ଉତ୍ତରଦାୟିତ୍ବ“ : ମୋଦୀ
ଶନିବାର ସକାଳେ କାମ୍ବୋଡିଆ-ଥାଇଲ୍ୟାଣ୍ଡ ସୀମା ନିକଟରେ ଏକ ବଡ଼ ବିସ୍ଫୋରଣ ଶବ୍ଦରେ ଅନେକ ଲୋକ ଉଭାନ ହୋଇଯାଇଥିଲେ। ଥାଇ ସେନା ଦ୍ୱାରା ସଂଗଠିତ ଏହି ବିସ୍ଫୋରଣ ସୀମା ନିକଟରେ ଅବସ୍ଥିତ ଏକ କାସିନୋକୁ ଟାର୍ଗେଟ କରିଥିଲା । ଏଫ-୧୬ ଲଢ଼ୁଆ ବିମାନ କାସିନୋ ଉପରେ ବୋମାମାଡ଼ କରି ଏହାକୁ ପାଉଁଶ କରିଦେଇଥିଲା। ଥାଇ ସେନା ଦାବି କରିଛି ଯେ ଏହି କାସିନୋଗୁଡ଼ିକ ଆଉ ଜୁଆ ଆଡ୍ଡା ନୁହେଁ, ବରଂ କାମ୍ବୋଡିଆ ସେନା ପାଇଁ ସୁଦୃଢ଼ ଦୁର୍ଗ । ଥାଇଲ୍ୟାଣ୍ଡ ସନ୍ଦେହ କରୁଛି ଯେ କାମ୍ବୋଡିଆ ସେନା ଏହି କାସିନୋଗୁଡ଼ିକୁ ଅସ୍ତ୍ର ସଂରକ୍ଷଣ ସୁବିଧା ଭାବରେ ବ୍ୟବହାର କରୁଛି । ଏହି କାରଣରୁ କାସିନୋଗୁଡ଼ିକୁ ଗୋଟିଏ ପରେ ଗୋଟିଏ ନଷ୍ଟ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/20/thiland-2025-12-20-20-44-37.jpg)