କନକବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଆସାମର ଗୌହାଟିରେ ଏକ ସମାବେଶକୁ ସମ୍ବୋଧିତ କରି କଂଗ୍ରେସ ଦଳକୁ ଟାର୍ଗେଟ କରିଥିଲେ। ସେ କଂଗ୍ରେସ ଉପରେ ଏକ ବଡ଼ ଆରୋପ ଲଗାଇଛନ୍ତି । ସେ କହିଥିଲେ ଯେ ଆସାମ ଏବଂ ଉତ୍ତର-ପୂର୍ବର ବିକାଶ କଂଗ୍ରେସ ସରକାରଗୁଡ଼ିକର ଏଜେଣ୍ଡାରେ ନଥିଲା, ବରଂ ଆସାମକୁ ପୂର୍ବ ପାକିସ୍ତାନର ଅଂଶ କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା ।
ଅଧିକ ପଢନ୍ତୁ.. ବରୀରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ! ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ!
ସେ କହିଥିଲେ, "କଂଗ୍ରେସ ସରକାରରେ ଥିବା ଲୋକମାନେ କହୁଥିଲେ, 'ଆସାମ ଏବଂ ଉତ୍ତର-ପୂର୍ବକୁ କିଏ ଯାଏ?' ସେମାନେ ଭାବୁଥିଲେ ଯେ ଆସାମ ଏବଂ ଉତ୍ତର-ପୂର୍ବକୁ ଆଧୁନିକ ବିମାନବନ୍ଦର, ଉନ୍ନତ ରେଳପଥ ଏବଂ ରାଜପଥର ଆବଶ୍ୟକତା ନାହିଁ। ଏହି ଚିନ୍ତାଧାରା ଯୋଗୁଁ, କଂଗ୍ରେସ ଦଶନ୍ଧି ଧରି ଏହି ସମଗ୍ର ଅଞ୍ଚଳକୁ ଅବହେଳା କରିଥିଲା ।
ଦଶନ୍ଧି ଧରି କଂଗ୍ରେସ କରିଥିବା ଭୁଲଗୁଡ଼ିକୁ ମୋଦୀ ସୁଧାରି ଚାଲିଛି । ମୋ ପାଇଁ ଆସାମର ବିକାଶ ଏକ ଜରୁରୀ ଆବଶ୍ୟକତା ଓ ଏକ ଉତ୍ତରଦାୟିତ୍ବ“ । ବାଂଲାଦେଶରେ ଏବେ ହିଂସା ଚାଲିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ବେଶ ଗୁରୁତ୍ବ ବହନ କରୁଛି। କାରଣ ବାଂଲାଦେଶର ନେତାମାନେ ବାରମ୍ବାର ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଭାରତରୁ ଅଲଗା କରିବାକୁ ଧମକ ଦେଉଛନ୍ତି । ଏପରିକି ସେମାନେ ଭାରତର ସିଲିଗୁଡ଼ି କରିଡର ବା ଚିକେନ ନେକକୁ କାଟି ଦେବାକୁ ଧମକ ଦେଉଛନ୍ତି । ଜଣେ ବିଦ୍ରୋହୀ ନେତା ଧମକ ଦେଇଛନ୍ତି ଯେ ଭାରତର ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ବାଂଲାଦେଶରେ ଆଶ୍ରୟ ଦିଆଯିବ । ଏପରି ସ୍ଥିତିରେ ଭାରତ ସରକାର ଉତ୍ତରପୂର୍ବରେ ଭିତ୍ତିଭୂମିର ବିକାଶ କରିବା ସହ ସେନା ଉପସ୍ଥିତି ବଢାଇଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/20/modi-2025-12-20-18-33-42.jpg)