mandi Photograph: (KanakNews)
କନକ ବ୍ୟୁରୋ: ମଣ୍ଡି ଖୋଲିଲା, କିନ୍ତୁ ଟୋକନ୍ ଆସିନଥିବାରୁ ଧାନ ବିକି ପାରୁନାହାନ୍ତି ଚାଷୀ । ଯେଉଁ ଚାଷୀଙ୍କୁ ଟୋକନ୍ ମିଳିଛି, ସେମାନଙ୍କୁ ଟାର୍ଗେଟ ନଥିବାରୁ ଧାନ ବିକ୍ରି ହୋଇପାରୁନି। ଖୋଲା ଆକାଶ ତଳେ ପଡିରହିଛି ହଜାର ହଜାର ବସ୍ତା ଧାନ। ସମ୍ବଲପୁର ଜିଲ୍ଲାରେ ପ୍ରାୟ ୧୬ ହଜାର ଚାଷୀଙ୍କ ପାଖକୁ ଟୋକନ୍ ଆସିନି । କୁଚିଣ୍ଡା ଉପଖଣ୍ଡରେ ସବୁଠୁ ବଡ଼ ସମସ୍ୟା ହେଉଛି ଟୋକନ୍ ସମସ୍ୟା । ବରଗଡ଼ ଜିଲ୍ଲାରେ ଅଧାରୁ ଅଧିକ ଲୋକଙ୍କୁ ଟୋକନ୍ ମିଳିନି । ଯାହାକୁ ନେଇ ସରକାରଙ୍କୁ ଚରମ ବାଣୀ ଶୁଣାଇଛି ଚାଷୀ ସଂଗଠନ। ୩ ଦିନ ଭିତରେ ଟୋକନ୍ ସମସ୍ୟା ଦୂର ନହେଲେ, ସ୍ଥିତି ଭୟାବହ ହେବ ବୋଲି ପ୍ରେସମିଟ୍ କରି ଗର୍ଜିଛି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ।
ଛତିଶଗଡ଼ ଭରସାରେ ଓଡ଼ିଶାର ମକା ଚାଷୀ ; ମକା ବିକ୍ରି ପାଇଁ ନାହିଁ ସରକାରୀ ମଣ୍ଡି
ବରଗଡ଼ ଜିଲ୍ଲାରେ ଟୋକନ୍ ଓ ଟାର୍ଗେଟ ଫାସରେ ଛନ୍ଦି ହୋଇଯାଇଛନ୍ତି ଚାଷୀ । ପଦ୍ମପୁର ଉପଖଣ୍ଡରେ ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରନ୍ତି । ଏଠାରେ ଗତ ୨୮ ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ସରକାରୀ ନିୟମ କାନୁନ୍ ଯୋଗୁଁ ଧାନ ଉଠିପାରୁନି । ଜଣେ ଦିବ୍ୟାଙ୍ଗ ଚାଷୀ ଉତ୍ତମ ବାରିକ । ସେ ସମବାୟ ସମିତି ଓ ମଣ୍ଡି ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି । ହେଲେ ଆଜିଯାଏଁ ଟୋକନ୍ ପାଇନାହାନ୍ତି। ତାଙ୍କ ଭଳି ଅନେକ ଚାଷୀ ନିଜ ନିଜର ଅମଳ ଧାନକୁ ଶୀତ ରାତିରେ ଜଗି ରହୁଛନ୍ତି। କେବେ ଟୋକନ୍ ମିଳିବ ଏବଂ କେବେ ସରକାରୀ ଦରରେ ଧାନ ବିକିବେ, ସେହି ଅପେକ୍ଷାରେ ଚାଷୀ ।
Follow Us