ରାଜ୍ୟରେ ଧାନକିଣାକୁ ନେଇ ବଢୁଛି ଦ୍ୱନ୍ଦ୍ୱ ; ମଣ୍ଡି ଖୋଲି ମଧ୍ୟ ଉଠୁନି ଧାନ

Advertisment

ଆଜି ଝାରସୁଗୁଡ଼ାରେ ମଣ୍ଡି ଅବ୍ୟବସ୍ଥା ପଛର ଗୁମର ଖୋଲିଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସିଧା ସିଧା କହିଛନ୍ତି, ମିଲରଙ୍କ ମନମାନୀ ଓ କିଛି ରାଜନେତାଙ୍କ ହସ୍ତକ୍ଷେପ ଯୋଗୁଁ ଧାନ କିଣାରେ ବିଳମ୍ବ ହେଉଛି ।  

ଆଜି ଝାରସୁଗୁଡ଼ାରେ ମଣ୍ଡି ଅବ୍ୟବସ୍ଥା ପଛର ଗୁମର ଖୋଲିଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସିଧା ସିଧା କହିଛନ୍ତି, ମିଲରଙ୍କ ମନମାନୀ ଓ କିଛି ରାଜନେତାଙ୍କ ହସ୍ତକ୍ଷେପ ଯୋଗୁଁ ଧାନ କିଣାରେ ବିଳମ୍ବ ହେଉଛି ।  

Mandi ISSUE

Mandi ISSUE Photograph: (KANAK NEWS)

କନକ ବ୍ୟୁରୋ : ରାଜ୍ୟରେ ଧାନକିଣାକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି । ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଝାରସୁଗୁଡା ଉପରେ ନଜର ପକାଇଲେ ଜଣାପଡ଼ିବ ଧାନ କିଣା ପଛର ସତ । ୧୨ ଦିନ ତଳୁ ଏଠାରେ ମଣ୍ଡି ଖୋଲିଛି, ହେଲେ ବସ୍ତାଏ ବି କିଣାବିକା ହୋଇନି । ଏମିତି ସମୟରେ ଆଜି ଝାରସୁଗୁଡ଼ାରେ ମଣ୍ଡି ଅବ୍ୟବସ୍ଥା ପଛର ଗୁମର ଖୋଲିଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସିଧା ସିଧା କହିଛନ୍ତି, ମିଲରଙ୍କ ମନମାନୀ ଓ କିଛି ରାଜନେତାଙ୍କ ହସ୍ତକ୍ଷେପ ଯୋଗୁଁ ଧାନ କିଣାରେ ବିଳମ୍ବ ହେଉଛି ।  

ଝାରସୁଗୁଡ଼ାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି । ହେଲେ ଏଯାଏଁ ବସ୍ତା ଧାନ ବିକି ପାରିନାହାନ୍ତି ଚାଷୀ । ଚଳିତ ବର୍ଷ ଖରିଫ୍ ଧାନ ବିକ୍ରି ପାଇଁ ଜିଲ୍ଲାର ୨୩ ହଜାର ୨୧୯ ଚାଷୀ ପଞ୍ଜିକରଣ କରିଛନ୍ତି । ୯ ହଜାର ୧୬୫ ଜଣ ଚାଷୀ ପ୍ରଥମ ପର୍ଯ୍ୟାୟରେ ଟୋକନ ପାଇଛନ୍ତି । ମିଲର ଓ ଯୋଗାଣ ବିଭାଗ ମଧ୍ୟରେ ଟାର୍ଗେଟ୍‌କୁ ନେଇ ଟଣାଓଟରା ଓ ଚୁକ୍ତିରେ ବିଳମ୍ବ ଯୋଗୁଁ ଚାଷୀ ପ୍ରଭାବିତ ହେଉଛନ୍ତି । ଜିଲ୍ଲାର ୬୪ଟି ପ୍ୟାକ୍ସ ଓ ଏସ୍ଏଚ୍‌ଜି ଜରିଆରେ ଧାନ କିଣିବାକୁ ନିଷ୍ପତି ହୋଇଛି । ସେମାନଙ୍କ ମଧ୍ୟରୁ ମାତ୍ର ୧୩ ଜଣଙ୍କୁ ଟାର୍ଗେଟ୍ ମିଳିଛି । ତାହା ପୁଣି ୫ଶହରୁ ୧ ହଜାର କୁଇଣ୍ଟାଲ । ଗୋଟିଏ ନା ଦୁଇଟି ସୋସାଇଟି ୨ ହଜାର କୁଇଣ୍ଟାଲ ଧାନ କିଣା ଟାର୍ଗେଟ୍ ପାଇଛନ୍ତି । ତେଣୁ ଏ ପରିସ୍ଥିତି ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ---ଯବାନ ପୁଅର ଇଚ୍ଛା ମୃତ୍ୟୁ ମାଗିଛନ୍ତି ବାପା, ମା’ ; ୧୨ ବର୍ଷ ହେବ କୋମାରେ ପଡ଼ିଛି ପୁଅ

ଏବର୍ଷ ଧାନ କିଣା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୯ ଜଣ ମିଲର୍ସ । ସେମାନଙ୍କ ମଧ୍ୟରୁ ୨ଜଣ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇନାହାନ୍ତି । ଯେଉଁମାନେ ଅନୁମତି ପାଇଛନ୍ତି ସେମାନେ ଏଫଏକ୍ୟୁ ମାନର ଆଳ ଦେଖାଇ ଲୁଟ୍ ଷଡ଼୍‌ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି । ଏମିତି ଛକାପଞ୍ଝା ଭିତରେ ଫାଇଦା ଉଠାଇବାକୁ ଅନାଇ ବସିଛନ୍ତି ଦଲାଲ । କମ୍ ଦରରେ ଧାନ କିଣି ନେବାକୁ ଗାଁ ଗାଁ ବୁଲିଲେଣି । ଆଜି ଝାରସୁଗୁଡା ଗସ୍ତରେ ଥିବା କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବଡ଼ କଥାଟେ କହିଦେଇଛନ୍ତି । ଏବେ ପ୍ରଶ୍ନ ଉଠୁଛି, ସରକାର ଯଦି ସମସ୍ୟା ଜାଣୁଛନ୍ତି, ତେବେ ସମାଧାନ ରାସ୍ତା କାଢ଼ିବ କିଏ ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe