କନକ ନ୍ୟୁଜ୍: ରବିବାର ଯେଉଁଠି ପୂରା ଦେଶ ଉତ୍ସବ ପାଳୁଥିଲା,ଯେଉଁଠି ସବୁ ଭାରତୀୟଙ୍କ ମୁହଁରେ ଟିମ୍ ଇଣ୍ଡିଆ ଶୁଣାଯାଉଥିଲା ସେହି ସମୟରେ ମଧ୍ୟପ୍ରଦେଶ ଇନ୍ଦୋର ମହୁ ସହରର ଆସିଥିଲା ଏକ ଆଶ୍ଚର୍ଯ୍ୟଜନକ ଖବର । ସେଲିବ୍ରେସନ ଚାଲିଥିବାବେଳେ ଇନ୍ଦୋର ମହୁରେ ହଠାତ୍ ପଥରମାଡ ସାଙ୍ଗକୁ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ସୂଚନା ଅନୁସାରେ ଟିମ୍ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ପ୍ରଶଂସକ ଜୋରଦାର ସେଲିବ୍ରେସନ କରୁଥିଲେ ।
ଏପରିକି ବିଜୟ ରାଲି ବାହାର କରି ଏକ ମସଜିଦ୍ ନିକଟରେ ପହଁଚିଥିଲେ ପ୍ରଶଂସକ । ସମସ୍ତେ ସେଲିବ୍ରେସନରେ ମସଗୁଲ ଥିବାବେଳେ ହଠାତ୍ କିଛି ଦୁର୍ବୃତ୍ତ ପଥରମାଡ କରିଥିଲେ । କେହି କିଛି ବୁଝିବା ଆଗରୁ ଅନେକ ପ୍ରଶଂସକ ଆହତ ହୋଇଥିଲେ ।ଦେଖୁ ଦେଖୁ ପ୍ରବଳ ଉତ୍ତେଜନା, ହିଂସା,ଆକ୍ରମଣରେ ଥରିଉଠିଥିଲା ମହୁର ସହରରେ । କେବଳ ସେତିକି ନୁହେଁ ବରଂ ଗାଡିପୋଡା ଜଳା ସହ ଦୋକାନ ଘର ଭାଙ୍ଗିଛନ୍ତି ଦୁର୍ବୃତ୍ତ । ତେବେ କାହିଁକି ଆକ୍ରମଣ ହେଲା ? କିଏ ପଥରମାଡ କଲା ? ଏନେଇ ତଦନ୍ତ ଚାଲିଛି । ଅନ୍ୟପଟେ ପଥରମାଡ କରିବା ପରେ ଦୁର୍ବୃତ୍ତ ଫେରାର ହୋଇଛନ୍ତି ।
ଭାରତ ଜିତିଲା, କାହାକୁ ବାଧିଲା?
-ମଧ୍ୟପ୍ରଦେଶର ଇନ୍ଦୋର ମହୁରେ ହିଂସା
-ଚାମ୍ପିଅନ୍ସ ଟ୍ରଫିରେ ଭାରତର ବିଜୟ ପରେ ଉତ୍ସବ ପାଳନ ସଂଘର୍ଷ
-ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଡଧରଣର ମୁହାଁମୁହିଁ
-ସଂଘର୍ଷ ମହୁରେ ଜାମା ମସଜିଦ ନିକଟରେ ଘଟିଥିଲା
-ବିଜୟ ଶୋଭାଯାତ୍ରା ମଧ୍ୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା
-କିଛି ସମୟ ମଧ୍ୟରେ ଯୁକ୍ତିତର୍କ ବଢ଼ି ଯାଇଥିଲା
-ପଥର ଫିଙ୍ଗିବା ଆରମ୍ଭ ହୋଇଯାଇଥିଲା
-ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ, ଦୁର୍ବୃତ୍ତମାନେ ଭଙ୍ଗାରୁଜା ଆରମ୍ଭ କରିଦେଲେ
-ଅଞ୍ଚଳର ଦୁଇଟି ଦୋକାନ ପୋଡ଼ି ଦିଆଯାଇଛି
-ଦୁଇଟି ଗାଡ଼ି ନଷ୍ଟ ହୋଇଯାଇଥିବା ମଧ୍ୟ କୁହାଯାଇଛି
ମୋଟ୍ ଉପରେ, ୧୨ ବର୍ଷ ପରେ ପୁଣି ଚାମ୍ପିୟନ୍ସ ଟ୍ରଫି ଜିତିଛି ଭାରତ । ଆଉ ପୁଣି ଏକ ଆଇସିସି ଇଭେଣ୍ଟ ନିଜ ନାଁରେ କରିଛି । ୨୦୧୩ ମସିହାରେ ଭାରତ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ଆଉ ଏବେ ପୁଣି ଏହି ସ୍ୱାଦ ଚାଖିବାରେ ସଫଳ ହୋଇଛି ରୋହିତ ବାହିନୀ । କେବଳ ୨୦୧୩ ପରେ ଭାରତ ଏହି ଟ୍ରଫି ଜିତିନି, ବରଂ ୨୫ ତଳର ବଦଲା ପୂରଣ କରିଛି ଭାରତ । ୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫିରେ ବି ଭାରତ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଥିଲେ । ସେତେବେଳେ କିଓ୍ୱି ଦଳ ଚାମ୍ପିୟନ ହୋଇଥିବା ବେଳେ ଏବେ କିନ୍ତୁ ଭାରତ ବାଜି ନେଇଛି ।