Kotia Photograph: (Google)
କନକ ବ୍ୟୁରୋ : ଆନ୍ଧ୍ର ଅଧିକାରୀ-କୋଟିଆ ପୁଲିସ ମୁହାଁମୁହିଁ । କୋଟିଆର ପିଛା ଛାଡ଼ୁନି ଆନ୍ଧ୍ର । କୋଟିଆ ଗ୍ରାମପୁଞ୍ଜ ଉପରସେମ୍ବୀ ଗାଁରେ କୋଟିଆ ପୋଲିସ ସହ ଓ ଆନ୍ଧ୍ର ସରକାରୀ କର୍ମଚାରୀ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ପୁଣି ରାସନ କାର୍ଡ ସର୍ଭେ ପାଇଁ ଉପରସେମ୍ବୀ ଗାଁକୁ ଆସିଥିଲେ ଆନ୍ଧ୍ର ଅଧିକାରୀ । ଖବର ପାଇଁ କୋଟିଆ ପୋଲିସ ପହଞ୍ଚିଥିଲା । ସର୍ଭେ ଟିମକୁ ଆକଟ କରିବାରୁ ହେଲା ବଚସା ଆରମ୍ଭ ହୋଇଥିଲା । ଉପରସେମ୍ବୀ ବାସୀ, ଆନ୍ଧ୍ର କର୍ମଚାରୀ ମିଶି ପୋଲିସ କଥା କଟାକଟି କରିଥିଲେ । କିଛି ସମୟ ପରେ ଅଧାରୁ ଫେରିଯାଇଛନ୍ତି ଆନ୍ଧ୍ର ଅଧିକାରୀ । ସୀମାନ୍ତ କୋଟିଆରେ ଥମୁନି ଆନ୍ଧ୍ରର ଅନୁପ୍ରବେଶ । ଗୁରୁବାର ଉପରସେମ୍ବି ଗାଁରେ ଆନ୍ଧ୍ର ଅଧିକାରୀ ପହଞ୍ଚି ରାସନକାର୍ଡ ସର୍ଭେ କରିଛନ୍ତି ।
ଖବର ପାଇ ଓଡ଼ିଶା ପୁଲିସ ସର୍ଭେ ଦଳକୁ ଅଟକାଇଥିଲା କିନ୍ତୁ ସ୍ଥାନୀୟ ବାସିନ୍ଦା ପୁଲିସକୁ ବିରୋଧ କରିବା ସହ ନିରବ ରହିବାକୁ ଚେତାବନୀ ଦେଇଥିଲେ । ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଲୋଭିତ କରି ଆନ୍ଧ୍ର ରଖିଥିବାରୁ ଓଡ଼ିଶା ପୁଲିସର ବିରୋଧ ସତ୍ତ୍ବେ ଆନ୍ଧ୍ର ଅଧିକାରୀ ସର୍ଭେ କାର୍ଯ୍ୟ କରିଛନ୍ତି । ଏ ସମ୍ପର୍କରେ ପଟାଙ୍ଗି ବିଡିଓ ରାମକୃଷ୍ଣ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଉପରସେମ୍ବି ଗାଁକୁ ଇ-କେୱାଇସି ଅପଡେଟ୍ କରିବା ପାଇଁ ଆନ୍ଧ୍ରର କିଛି ଅଧିକାରୀ ଆସିଥିଲେ । ଖବର ପାଇ ବ୍ଲକ୍ ଅଧିକାରୀ ଓ କୋଟିଆ ପୁଲିସ ଉପରସେମ୍ବି ଗାଁକୁ ଯାଇଥିଲେ । ଫଳରେ ସେମାନେ ସର୍ଭେ ନ କରି ସେଠାରୁ ଫେରି ଯାଇଥିବା ବିଡିଓ କହିଛନ୍ତି । ଦିନକୁ ଦିନ ଆନ୍ଧ୍ରର ଅନୁପ୍ରବେଶ କୋଟିଆରେ ବଢ଼ିବା ସହ ବିଭିନ୍ନ ସୁବିଧା ମାଧ୍ୟମରେ ସେମାନେ ଲୋକଙ୍କୁ ନିଜ ପକ୍ଷକୁ ଟାଣିବାରେ ସକ୍ଷମ ହେଉଛନ୍ତି ।
ଅଧିକ ପଢନ୍ତୁ : କୋଟିଆ ଉପରୁ ହଟୁନି ଆନ୍ଧ୍ରର ଲୋଲୁପ ନଜର, ବିବାଦୀୟ ଗାଁକୁ ଆମର ବୋଲି ପୁଣି ଦାବି କଲା ପବନ କଲ୍ୟାଣଙ୍କ ଦଳ
ଦୁଇ ଦିନ ପୂର୍ବରୁ ଆନ୍ଧ୍ରର ଜନସେବା ଦଳ ବିବାଦୀୟ ଅଞ୍ଚଳର ୧୨ ଗାଁକୁ ଆନ୍ଧ୍ରର ବୋଲି ଦାବି କରିଛି । ଏଥିସହିତ ଉପରସେମ୍ବିରେ ବୈଠକ କରି ୧୨ ଖଣ୍ଡ ଗାଁର ମୁଖିଆ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଛି । ଉପରସେମ୍ବିରେ ଓଡ଼ିଶା କରୁଥିବା ବିଦ୍ୟୁତ୍ ସବ୍ଷ୍ଟେସନ୍ ନ କରାଇ ଦେବାକୁ ଆନ୍ଧ୍ର ଚକ୍ରାନ୍ତ କରି ନିୟମିତ ଭାବେ ଅନୁପ୍ରବେଶ କରୁଛି । ଗଣତନ୍ତ୍ର ଦିବସ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଗସ୍ତକୁ ବିରୋଧ କରି ଉପରସେମ୍ବିରେ ନିର୍ମାଣ ଟେଣ୍ଟକୁ ଭାଙ୍ଗି ଦେଇଥିଲେ ଗ୍ରାମବାସୀ । ତଥାପି ବିଦ୍ୟୁତ୍ ସବ୍ଷ୍ଟେସନ୍ ପାଇଁ ଉପମୁଖ୍ୟମନ୍ତ୍ରୀ ଶୁଭ ଦେଇ ଆନ୍ଧ୍ରକୁ କଡ଼ା ଜବାବ ଦେଇଥିଲେ । କୋଟିଆର ୩୦ଟି ଗାଁକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ଓଡ଼ିଶା ସରକାର ଏହି ଯୋଜନା କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆନ୍ଧ୍ର ପ୍ରଲୋଭିତ କରି ଭଣ୍ଡୁର କରିବାକୁ ପ୍ରୟାସ ଜାରି ରଖିଛି ।
Follow Us