କନକ ବ୍ୟୁରୋ: ନାଳ ପାଣିକୁ ନେଇ ଦୁଇ ଗାଁ ମୁହାଁମୁହିଁ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ହରିଦାସ ଓ କୁସୁବେଣ୍ଟି ଗାଁ ଭିତରେ ଘଟିଛି ଏମିତି ବିବାଦ। ତେବେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଜାଣିରଖିବା ଉଚିତ ଯେ, ବିଗତ ୩୦ ବର୍ଷ ଧରି ହରିଦାସ ଏବଂ କୁସୁବେଣ୍ଟି ଗାଁ ମଧ୍ୟରେ ନାଳ ପାଣିକୁ ନେଇ ବିବାଦ ରହି ଆସିଛି । ଦୁର୍ଭାଗ୍ୟର କଥା ପୁଲିସ ଓ ଜିଲ୍ଲା ପ୍ରଶାସନକୁ ବ୍ୟବହାର କରି ଆଜି ୨୦ ପ୍ଲାଟୁନ୍ ଫୋର୍ସ ଧରି ଅଞ୍ଚଳର ଚାଷୀମାନଙ୍କୁ ଭୟଭୀତ କରି ବିବାଦୀୟ ନାଳକୁ ଖୋଳିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ପ୍ରସାଶନର ଏହିଭଳି ଆଭିମୁଖ୍ୟକୁ ବ୍ରହ୍ମଗିରିବାସୀ ନିନ୍ଦା କରୁଛନ୍ତି। ବର୍ଷ ବର୍ଷ ଧରି ସମସ୍ୟାର ସମାଧାନ ନ କରି ଯେଉଁ ଭଳି ଭାବରେ ପ୍ରଶାସନ ବଳ ପ୍ରୟୋଗ କରୁଛି ଏହାକୁ ବ୍ରହ୍ମଗିରି ଅଞ୍ଚଳ ବାସିନ୍ଦାଙ୍କ ପକ୍ଷରୁ ନିନ୍ଦା କରାଯାଇଛି ।
ଆହୁରି ପଢ଼ନ୍ତୁ : ମା’ ହେବାକୁ ଯାଉଛନ୍ତି ଅର୍ଚ୍ଚିତା: ସୋସିଆଲ୍ ମିଡିଆରେ ସେୟାର କଲେ ଫଟୋ, ଦେଖନ୍ତୁ ଭିଡିଓ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/15/nala-pain-2025-12-15-12-21-57.jpg)