କନକ ବ୍ୟୁରୋ : ସମଲେଶ୍ୱରୀ ମନ୍ଦିର କ୍ୟାମ୍ପସ ଭିତରେ ମଦ ଓ ମାଂସ ଆସର । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ ସାଙ୍ଘାତିକ ଖେଳ । ଶହ ଶହ ସୁରକ୍ଷା କର୍ମୀ ଓ ସିସିଟିଭି କ୍ୟାମେରା ଥାଇ ମଧ୍ୟ ମନ୍ଦିର ପରିସରରେ ଚିକେନ ଓ ମଦ ପାର୍ଟି କେମିତି ହେଲା ତାହାର ଉତ୍ତର କାହା ପାଖରେ ନାହିଁ ।
ଅଧିକ ପଢନ୍ତୁ : ବାଲି ଲୁଟିବାକୁ ଏକାଠି ହୋଇଛନ୍ତି ମାଫିଆ, ରାତିରେ ଜଙ୍ଗଲ ଭିତରେ ରହି କରୁଛନ୍ତି ବାଲି ଲୁଟ୍
ଗତକାଲି ଅର୍ଥାତ ଗୁରୁବାର ସକାଳ ସମୟରେ ମଦ ବୋତଲ ସବୁ ପଡିଥିବାର ସ୍ପଷ୍ଟ ଜଣା ପଡୁଛି । ଏହା ସହ ସେଠାରେ ଏକ ମାଟି ଚୁଲି ତିଆରି କରି ଚାଖଣା ତିଆରି ହୋଇଛି । ସେହିପରି ରାତି ସମୟର ଯାହା ସବୁ ମଦ ବୋତଲକୁ ଗୋଟିଏ ଜାଗାରେ ପ୍ଲାଷ୍ଟିକ ଭିତରେ ରଖା ଯାଇଛି । ତେବେ କିଏ ମନ୍ଦିର ପରିସରରେ ଚିକେନ ଭୋଜି ସହ ମଦ ଆସର ଜମେଇଲା? ପୁଣି କିଏ ତାକୁ ପ୍ଲାଷ୍ଟିକ ଭିତରେ ପୁରେଇଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/sambalpur-news-2026-03-06-10-45-27.jpg)