cold wave Photograph: (KanakNews)
କନକ ବ୍ୟୁରୋ: ଶିମିଳିପାଳରେ ଖସିଲା ପାରଦ। ଆଜି ସକାଳେ ଶିମିଳିପାଳରେ ୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ମଧ୍ୟ ଏଠାରେ ଅଧିକ ଶୀତ ଅନୁଭୂତ ହୋଇଥିଲା । ଗତକାଲି ୨ଡିଗ୍ରି ରହିଥିଲା ପାରଦ । ରାଜ୍ୟରେ ପାଣିପାଗର ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଦିନର ତାପାମତ୍ରା ବଢ଼ିବାକୁ ଲାଗିଥିବା ବେଳେ ଅନ୍ୟପଟେ ରାତିରେ ପାରଦ ଖସୁଛି ।
ଅଧିକ ପଢନ୍ତୁ: ରାଜସ୍ଥାନରେ ପାଣି ବରଫ ପାଲଟିଲା: ଉତ୍ତର ପ୍ରଦେଶ-ଝାଡ଼ଖଣ୍ଡ ପାଇଁ ଶୀତ ଲହରୀ ୟେଲୋ ୱାର୍ଣ୍ଣିଂ ଜାରି
ସକାଳୁ କୁହୁଡ଼ି ହେଉଥିବା ବେଳେ ଦିନରେ ବଢ଼ୁଛି ପାରଦ । ଏବଂ ସନ୍ଧ୍ୟା ହେଲେ କାଲୁଆ ପବନ ସାଙ୍ଗକୁ ବଢ଼ୁଛି ଶୀତ। ଗତକାଲି ଝାରସୁଗୁଡ଼ାରେ ଦିନ ତାପମାତ୍ରା ଟପିଥିଲା ୩୩ଡିଗ୍ରି। ଝାରସୁଗୁଡ଼ାରେ ତାପମାତ୍ରା ୩୩.୭ ଡିଗ୍ରି, ପାରଳାଖେମୁଣ୍ଡିରେ ୩୩.୩ ଡିଗ୍ରି ରେକର୍ଡ କରାଯାଇଥିଲା। ଭୁବନେଶ୍ବରରେ ୩୨.୩ ରହିଥିଲା ତାପମାତ୍ରା ।
Follow Us