କନକ ବ୍ୟୁରୋ:  ଶୀତରେ ଥରୁଥିବା ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିର ଖବର । ଆଜିଠାରୁ ରାଜ୍ୟରେ ଶୀତ କମିବା ଆରମ୍ଭ କରିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଫଳରେ ଥଣ୍ଡାର ପ୍ରକୋପ କମିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ରାଜ୍ୟର ସର୍ବନିମ୍ନ ତାପାମାତ୍ରା ଘୁ.ଉଦୟଗିରି ଠାରେ ୨.୫ ଡିଗ୍ରୀ ରହିଥିଲା ।

Advertisment

ଅଧିକ ପଢନ୍ତୁ : ରାଜ୍ୟରେ ଶୀତ ଲହର ଜାରୀ: ୧୫ ଡିଗ୍ରୀ ଭିତରେ ଅଧିକାଂଶ ଜିଲ୍ଲାରେ ତାପମାତ୍ରା

ସେହିପରି ଫୁଲବାଣୀରେ ସର୍ବନିମ୍ନ ୫.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଜିଠୁ ବାୟୁ ଚଳନରେ ପରିବର୍ତ୍ତନ ଦେଖାଯିବ । ଶୀତ ଲହରିର ସମ୍ଭାବନା ନାହିଁ। ଦିନରେ ପାଗ ଖରାଟିଆ ଓ ଆକାଶ ନିର୍ମଳ ରହିବ।