ଏସୀୟ ଇନ୍‌ଡୋର ଦୌଡ଼କୁଦ: ତେଜସ୍ବିନଙ୍କୁ ସ୍ବର୍ଣ୍ଣ: ୫ ପଦକ ସହ ଭାରତ ଷଷ୍ଠ

Advertisment

ତେଜସ୍ବିନଙ୍କ ସ୍ବର୍ଣ୍ଣ ବାଦ୍‌ ଭାରତୀୟ ଖେଳାଳି ପୂଜା ମହିଳା ହାଇଜମ୍ପ୍‌ରେ ଏବଂ ତଜିନ୍ଦର ପାଲ ସିଂହ ତୁର୍‌ ପୁରୁଷ ସଟ୍‌ପୁଟ୍‌ରେ ରୌପ୍ୟ ଜିତିଥିଲେ। ଆନ୍‌ସି ସୋଜାନ ଲଙ୍ଗ୍‌ଜମ୍ପ୍‌ରେ କାଂସ୍ୟ ପଦକ ଜିତିଥିଲେ। ପୂର୍ବରୁ ଶୁକ୍ରବାର ଉଦ୍‌ଘାଟନୀ ଦିବସରେ ଭାରତର ହାଇଜମ୍ପର୍ ଆଦର୍ଶ ରାମ‌ଜ୍ୟୋତି ଶଙ୍କର କାଂସ୍ୟ ଜିତିଥିଲେ।

Tejaswin Shankar

କନକ ବ୍ୟୁରୋ: ଚୀନରେ ଆୟୋଜିତ ଏସୀୟ ଇନ୍‌ଡୋର ଦୌଡ଼କୁଦ ପ୍ରତିଯୋଗିତାରେ  ଶେଷ ଦିନରେ ରବିବାର ଭାରତୀୟ ହେପ୍ଟାଥଲନ୍‌ ଖେଳାଳି ତେଜସ୍ବିନ ଶଙ୍କର ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ସେ ୫୯୯୩ ପଏଣ୍ଟ୍‌ ସହ ଏହି ପଦକ ଜିତିବା ସହ ନିଜ ନାମରେ ଥିବା ପୂର୍ବ ଜାତୀୟ ଇନ୍‌ଡୋର ରେକର୍ଡ (୫୬୫୦ ପଏଣ୍ଟ୍‌)କୁ ପଛରେ ପକାଇଥିଲେ । ରବିବାର ତେଜସ୍ବିନଙ୍କ ସ୍ବର୍ଣ୍ଣ ବାଦ୍‌ ଭାରତୀୟ ଖେଳାଳି ପୂଜା ମହିଳା ହାଇଜମ୍ପ୍‌ରେ ଏବଂ ତଜିନ୍ଦର ପାଲ ସିଂହ ତୁର୍‌ ପୁରୁଷ ସଟ୍‌ପୁଟ୍‌ରେ ରୌପ୍ୟ ଜିତିଥିଲେ । ଆନ୍‌ସି ସୋଜାନ ଲଙ୍ଗ୍‌ଜମ୍ପ୍‌ରେ କାଂସ୍ୟ ପଦକ ଜିତିଥିଲେ । ପୂର୍ବରୁ ଶୁକ୍ରବାର ଉଦ୍‌ଘାଟନୀ ଦିବସରେ ଭାରତର ହାଇଜମ୍ପର୍ ଆଦର୍ଶ ରାମ‌ଜ୍ୟୋତି ଶଙ୍କର କାଂସ୍ୟ ଜିତିଥିଲେ । ଭାରତ ଗୋଟିଏ ସ୍ବର୍ଣ୍ଣ, ୨ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ୫ ପଦକ ସହ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛି । । ଚୀନ୍‌ ୧୦ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୧୩ କାଂସ୍ୟ ସହ ମୋଟ ୩୪ ପଦକ ପାଇଁ ଶୀର୍ଷରେ ରହିଛି । 

ଏହା ବି ପଢ଼ନ୍ତୁ: ଭଲିବଲ୍‌ ଚୟନ ଶିବିରରେ ଯୋଗଦେଲେ ୨୦୦

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe