କନକ ବ୍ୟୁରୋ: ଚୀନରେ ଆୟୋଜିତ ଏସୀୟ ଇନ୍‌ଡୋର ଦୌଡ଼କୁଦ ପ୍ରତିଯୋଗିତାରେ  ଶେଷ ଦିନରେ ରବିବାର ଭାରତୀୟ ହେପ୍ଟାଥଲନ୍‌ ଖେଳାଳି ତେଜସ୍ବିନ ଶଙ୍କର ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ସେ ୫୯୯୩ ପଏଣ୍ଟ୍‌ ସହ ଏହି ପଦକ ଜିତିବା ସହ ନିଜ ନାମରେ ଥିବା ପୂର୍ବ ଜାତୀୟ ଇନ୍‌ଡୋର ରେକର୍ଡ (୫୬୫୦ ପଏଣ୍ଟ୍‌)କୁ ପଛରେ ପକାଇଥିଲେ । ରବିବାର ତେଜସ୍ବିନଙ୍କ ସ୍ବର୍ଣ୍ଣ ବାଦ୍‌ ଭାରତୀୟ ଖେଳାଳି ପୂଜା ମହିଳା ହାଇଜମ୍ପ୍‌ରେ ଏବଂ ତଜିନ୍ଦର ପାଲ ସିଂହ ତୁର୍‌ ପୁରୁଷ ସଟ୍‌ପୁଟ୍‌ରେ ରୌପ୍ୟ ଜିତିଥିଲେ । ଆନ୍‌ସି ସୋଜାନ ଲଙ୍ଗ୍‌ଜମ୍ପ୍‌ରେ କାଂସ୍ୟ ପଦକ ଜିତିଥିଲେ । ପୂର୍ବରୁ ଶୁକ୍ରବାର ଉଦ୍‌ଘାଟନୀ ଦିବସରେ ଭାରତର ହାଇଜମ୍ପର୍ ଆଦର୍ଶ ରାମ‌ଜ୍ୟୋତି ଶଙ୍କର କାଂସ୍ୟ ଜିତିଥିଲେ । ଭାରତ ଗୋଟିଏ ସ୍ବର୍ଣ୍ଣ, ୨ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ୫ ପଦକ ସହ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛି । । ଚୀନ୍‌ ୧୦ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୧୩ କାଂସ୍ୟ ସହ ମୋଟ ୩୪ ପଦକ ପାଇଁ ଶୀର୍ଷରେ ରହିଛି । 

Advertisment

ଏହା ବି ପଢ଼ନ୍ତୁ: ଭଲିବଲ୍‌ ଚୟନ ଶିବିରରେ ଯୋଗଦେଲେ ୨୦୦